ଦେଶ ବିଦେଶଫୁରୁସତ

ଆଜି ‘ବିଶ୍ୱ ଇମୋଜି ଦିବସ’

ନୂଆଦିଲ୍ଲୀ,୧୭/୭: ସାରା ବିଶ୍ୱରେ ପ୍ରତିବର୍ଷ ଜୁଲାଇ ୧୭କୁ ‘ବିଶ୍ୱ ଇମୋଜି ଦିବସ’ ଭାବେ ପାଳନ କରାଯାଉଛି। ଆଜିକାଲି ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ଅନେକ ଇମୋଜିର ପ୍ରଚଳନ ହେଉଛି। ବିଶେଷକରି ଚାଟିଙ୍ଗ୍‌ ସମୟରେ ଏହାର ବ୍ୟବହାର ଅଧିକ। ଏହି ଇମୋଜି ଲମ୍ବା ଶବ୍ଦ ବଦଳରେ ମାନସିକ ଅବସ୍ଥା ସୂଚାଇଥାଏ। ଏହାର ଲୋକପ୍ରିୟତା ବୃଦ୍ଧି ହେବାରୁ ଏବେ ପ୍ରତିଟି ନେଟ୍‌ୱର୍କିଂ ସାଇଟ୍‌ରେ ଇମୋଜି ମହଜୁଦ୍‌ ରହିଛି। ଏହି ଇମୋଜିର ପ୍ରଚଳନ ୧୯୯୦ ମସିହା ଶେଷ ବେଳକୁ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ଆପଲ୍‌ ଆଇଫୋନ୍‌ କିବୋର୍ଡରେ ଏହାକୁ ସାମିଲ କରିଥିଲା। ଏହାର ଲୋକପ୍ରିୟତା ବଢ଼ିବାରୁ ୨୦୧୪ ଜୁଲାଇ ୧୭ ତାରିଖକୁ ବିଶ୍ୱ ଇମୋଜି ଦିବସ ଭାବେ ପାଳନ କରାଗଲା। ଏହି ଦିବସର ଆରମ୍ଭ ଜେରେମୀ ବର୍ଗ କରିଥିଲେ। ତେବେ ଅଦ୍ୟାବଧି ୩,୦୫୩ଟି ଇମୋଜି ତିଆରି କରାଯାଇଥିବା ୟୁନିକୋଡ ଷ୍ଟାଣ୍ଡାର୍ଡ ଲିଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close