ଖେଳ

ଆଜିଠୁ ହକି ମହାକୁମ୍ଭ

୧ମ ମ୍ୟାଚ ବେଲିଜିୟମ ଓ କାନାଡ଼ା, ୨ୟ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବ

ଭୁବନେଶ୍ୱର,୨୮/୧୧: କଳିଙ୍ଗ ଆଥଲେଟିକ ଷ୍ଟାଡିୟମରେ ମତୁଆଲା ପରିବେଶ ମଧ୍ୟରେ ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ବିଶ୍ୱର ୧୬ ଶ୍ରେଷ୍ଠ ଦଳକୁ ନେଇ ହକିର ଏହି ସର୍ବଶ୍ରେଷ୍ଠ ପ୍ରତିଯୋଗିତା ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ବେଲିଜିୟମ ଓ କାନାଡ଼ା ମଧ୍ୟରେ ସନ୍ଧ୍ୟା ୫ଟାରେ ଖେଳାଯିବ। ପରେ ସନ୍ଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆୟୋଜକ ଭାରତ। ଉଭୟ ମ୍ୟାଚ ଷ୍ଟାର ସ୍ପୋର୍ଟ୍ସରେ ପ୍ରସାରିତ ହେବ। ତେବେ ଉଦ୍‌ଘାଟନୀ ସମାରୋହରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଯୋଗଦେଇ ଏହି ବିଶ୍ୱକପକୁ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ପରେ ନୂପୁର ମହାଜନଙ୍କ ପରିକଳ୍ପନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଦି ଅର୍ଥ ସଙ୍ଗ’ ପରିବେଷିତ ହୋଇଥିଲା। ଏଥିରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେ ବିଶ୍ୱରେ ବିଭିନ୍ନତା ମଧ୍ୟରେ ଏକତା କିପରି ସମ୍ଭବ ହୋଇଛି ତାହା ଦର୍ଶାଇଥିଲେ। ପରେ ବଲିଉଡର ଖ୍ୟାତିସମ୍ପର୍ଣ୍ଣ ସଙ୍ଗୀତ ନିର୍ଦେଶକ ଏ ଆର ରହମାନ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close