ଖେଳଦେଶ ବିଦେଶ

ବିଶ୍ୱକପ ସେମିଫାଇନାଲ ଲାଇନଅପ ଚୂଡାନ୍ତ: ୯ରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ

ଲିଡସ୍,୭/୭: ଚଳିତ ବିଶ୍ୱକପରେ ଶନିବାର ଶେଷ ଦୁଇଟି ଲିଗ ମ୍ୟାଚ ଖେଳା ଯାଇଥିବାବେଳେ ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି। ଟିମ୍ ଇଣ୍ଡିଆ ତା’ର ଅନ୍ତିମ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଥିବାବେଳେ ପୂର୍ବରୁ ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ଆଜି ଦକ୍ଷିଣ ଆଫ୍ରିକାଠାରୁ ୧୦ରନରେ ପରାସ୍ତ ହୋଇ ଟେବୁଲର ଦ୍ଵିତୀୟ ସ୍ଥାନକୁ ଖସିଛି। ଫଳରେ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ, ଦ୍ଵିତୀୟରେ ଅଷ୍ଟ୍ରେଲିଆ, ତୃତୀୟରେ ଇଂଲଣ୍ଡ ଏବଂ ଚତୁର୍ଥରେ ନ୍ୟୁଜିଲାଣ୍ଡ ରହିଛି। ଏଥିସହ ଚଳିତ ବିଶ୍ୱକପର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି। ଆସନ୍ତା ୯ତାରିଖରେ ପ୍ରଥମ ସେମିଫାଇନାଲ ଖେଳାଯିବାକୁ ଥିବାବେଳେ ଏଥିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ସମ୍ନାସାମ୍ନି ହେବେ। ସେହିଭଳି ଦ୍ଵିତୀୟ ସେମିରେ ୧୧ତାରିଖରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପରସ୍ପରକୁ ଭାଟିବେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close