ଆଞ୍ଚଲିକ

ବିଶ୍ବ ଏଡସ୍ ଦିବସ ଅବସରରେ ସଚେତନତା

ଭୁବନେଶ୍ବର,୧/୧୨: ବିଶ୍ବ ଏଡସ୍ ଦିବସ ଅବସରରେ ରବିବାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରତିବର୍ଷ  ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡସ୍ ଦିବସ ଭାବେ ପାଳନ କରାଯାଉଛି। ଚଳିତବର୍ଷ ଏଡସ୍ ଦିବସର ଥିମ୍ ରହିଛି  ‘କମ୍ୟୁନିଟିଜ ମେକ ଦ ଡିଫେରେନ୍ସ’। ସୂଚନାଯୋଗ୍ୟ, ଭାରତ ଭଳି ବିକାଶଶୀଳ ଦେଶରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି। ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ଏଚଆଇଭି ଆକ୍ରାନ୍ତ ଥିବା ଜଣାପଡିଛି। ତେବେ ଏଚଆଇଭି ସଂକ୍ରମଣକୁ ରୋକିବା ପାଇଁ  ସଚେତନ ତା ହିଁ ଏକମାତ୍ର ମାଧ୍ୟମ। ଏହି ଦିବସର ତାତ୍ପର୍ଯ୍ୟ ଓ ବିଶେଷତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପୁରୀ ବେଳାଭୂମିରେ ବାଲୁକା କଳା ପଦର୍ଶିତ ହୋଇଛି। ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଶିଳ୍ପୀମାନେ ରେଡ୍ ରିବନ୍ ସହ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରି ବିଶ୍ବ ସମୁଦାୟକୁ ଏଡସ୍ ଭଳି ମାରାତ୍ମକ ରୋଗରୁ ମୁକ୍ତ କରିବା ପାଇଁ ବାର୍ତ୍ତା ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close