ଆଞ୍ଚଲିକ

ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ଏଏସଏଇ ନିଲମ୍ବିତ, ୩ ଗିରଫ

ଭୁବନେଶ୍ୱର,୧/୧୨: ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟରେ ଅବହେଳା କରିବା ଯୋଗୁଁ ଝାରପୋଖରିଆ ଏଏସଏଇଙ୍କୁ ନିଲମ୍ବିତ କରାଯାଇଛି। ଏହି ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ଏଏସଏଇ ପ୍ରଶାନ୍ତ ସ୍ୱାଇଁ। ତେବେ ଘଟଣାରେ ରବିବାର ୩ ଗିରଫ ହୋଇଛନ୍ତି। ଏଥିସହ ଘଟଣାର ମୁଖ୍ୟ ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁକୁ ପୋଲିସ ଗିରଫ କରିଛି। ସୌମ୍ୟରଞ୍ଜନଙ୍କ ସହ ତାଙ୍କ ୨ ସହଯୋଗୀ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ପୋଲିସ ଗିରଫ କରିଛି। ଏବେ ସୁଦ୍ଧା ଆଉ ୩ ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା କରୁଛି। ସୂଚନା ଅନୁସାରେ, ଶନିବାର କଲେଜ ହଷ୍ଟେଲରୁ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଅଧ୍ୟାପିକା ଜଣକ ଅକ୍ଟୋବର ୩୦ ତାରିଖରେ କେନ୍ଦୁଝରର ଜଣେ ଯୁବକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବ କରିବାରୁ ଅଧ୍ୟାପିକା ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତିି। ଅନ୍ୟପଟେ ମୃତଦେହ ପାଖରେ ଜବତ ସୁଇସାଇଡ୍ ନୋଟିସ ପୋଲିସ ଦେଉନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close