ବିଜ୍ଞାନବେଶେଷ

କାହିଁକି ସୁନ୍ଦର ଦେଖାଯାଏ ପ୍ରଜାପତି

ବୈଜ୍ଞାନିକମାନେ ପ୍ରଜାପତି ଡେଣାରେ ଥିବା ପ୍ରାକୃତିକ ସୌନ୍ଦର‌୍ୟ୍ୟର ରହସ୍ୟ ଭେଦ କରିବାକୁ ସମର୍ଥ ହୋଇଛନ୍ତି। ମାତ୍ର ଗୋଟିଏ ଜିନ୍ ପ୍ରଜାପତି ଡେଣାକୁ ବିଭିନ୍ନ ଚିହ୍ନ ଓ ପଟପଟା ଗାରରେ ଏତେ ସୌନ୍ଦର‌୍ୟ୍ୟମୟ କରି ଗଢ଼ିତୋଳିଥାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ପାନାମାସ୍ଥିତ ସ୍ମିଥ୍ସୋନିଆନ୍ ଟ୍ରପିକାଲ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଏସ୍ଟିଆର୍ଆଇ)ର ଗବେଷକମାନେ ୭ଟି ବିଭିନ୍ନ ପ୍ରଜାତିର ପ୍ରଜାପତିଙ୍କ ଡବ୍ଲ୍ୟଏନ୍ଟିଏ ଜିନ୍ ଚିହ୍ନଟ କରିଛନ୍ତି। ଏ ସମ୍ପର୍କରେ ଜନୈକ ବୈଜ୍ଞାନିକ ଓନ୍ ମ୍ୟାକ୍ମିଲାନ୍ କହନ୍ତି, ପ୍ରଜାପତିର ଡେଣାର ଗଠନ ଶୈଳୀ ଅତ୍ୟନ୍ତ ଚମକତ୍ାର। ଏହା ବିବର୍ତ୍ତନବାଦର ଏକ ବାସ୍ତବ ନମୁନା। ବିଭିନ୍ନ ପ୍ରଜାପତିର ଡେଣାର ବର୍ଣ୍ଣ ମଧ୍ୟ ଭିନ୍ନ ଭିନ୍ନ। ଏହାର ପ୍ରାକୃତିକ ସୌନ୍ଦର‌୍ୟ୍ୟ ସମସ୍ତଙ୍କୁ ବିମୋହିତ କରେ। ଜିନ୍ଗତ ପରିବର୍ତ୍ତନ ଦ୍ୱାରା ବିଭିନ୍ନ ପ୍ରଜାପତିର ରଙ୍ଗ ପୃଥକ୍ ହୋଇଥାଏ ବୋଲି ମ୍ୟାକ୍ମିଲାନ୍ ପ୍ରକାଶ କରିଛନ୍ତି। ଏ ସମ୍ପର୍କିତ ଏକ ଅଧ୍ୟୟନ ପ୍ରୋସିଡିଙ୍ଗ୍ସ ଅଫ ଦି ନ୍ୟାଶନାଲ୍ ଏକାଡେମି ଅଫ୍ ସାଇନ୍ସ ଜର୍ନାଲ୍ରେ ପ୍ରକାଶ ପାଇଛି। ମ୍ୟାକ୍ମିଲାନ୍ ହେଉଛନ୍ତି ଏହି ଅଧ୍ୟୟନର ସହ-ଲେଖକ।ଡବ୍ଲ୍ୟୁଏନଟିଏ ପ୍ରୋଟିନ୍ ହେଉଛି ଏକ ଗୁପ୍ତ ସଂକେତ ସୃଷ୍ଟିକାରୀ ମଲିକ୍ୟୁଲ୍। କୀଟ ଶରୀର ଗଠନ ବେଳେ ଏହା ଗଠନଶୈଳୀ ଏବଂ ରଙ୍ଗକୁ ନିୟନ୍ତ୍ରଣ କରିଥାଏ। ଗବେଷକମାନେ ୭ଟି ବିଭିନ୍ନ ପ୍ରଜାତିର ପ୍ରଜାପତିଙ୍କ ଜିନ୍ ପରୀକ୍ଷା କରି ଫଳାଫଳ ତୁଳନା କରି ଜାଣିଲେ ଯେ, ଡବ୍ଲ୍ୟୁଏନଟିଏ ଜିନ୍ ଡେଣାର ଗଠନ ଶୈଳୀକୁ ପ୍ରଭାବିତ କରେ ଏବଂ ପ୍ରଜାପତିର ରଙ୍ଗ ହେଉଛି ଉଭୟ ପିଗମେଣ୍ଟ(ରଙ୍ଗର ଉପାଦାନ) ଏବଂ ଗଠନମୂଳକ ଧର୍ମର ମିଶ୍ରିତ କାର‌୍ୟ୍ୟ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close