ଖେଳଦେଶ ବିଦେଶ

ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ

ନର୍ଥ ସାଉଣ୍ଡ,୨୨/୮: ଆଜିଠାରୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ। ଟି-୨୦, ଦିନିକିଆ ସିରିଜ ବିଜୟ ପରେ ଏବେ ଟେଷ୍ଟ ସିରିଜ୍‌ ବି ହାତେଇବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ ଆଣ୍ଟିଗାର ନର୍ଥ ସାଉଣ୍ଡ ପଡିଆରେ ଖେଳାଯିବ। ତେବେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ପରସ୍ପର ମଧ୍ୟରେ ୯୬ଟି ଟେଷ୍ଟ ଖେଳିଛନ୍ତି। ୱେଷ୍ଟଇଣ୍ଡିଜ୍‌ ୩୦ଟି ଟେଷ୍ଟ ଜିତିଥିବା ବେଳେ ଭାରତ ଜିତିଛି ମାତ୍ର ୨୦ଟି ଟେଷ୍ଟ। ତେବେ ୪୬ଟି ଟେଷ୍ଟର କୌଣସି ଫଳାଫଳ ବାହାରି ପାରିନାହିଁ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ନଥିବାରୁ ଆଜିଙ୍କ୍ୟ ରାହାଣେ ୫ ନମ୍ବରରେ ଖେଳିପାରନ୍ତି। ଏଥିସହ ଅଧିନାୟକ କୋହଲି ୫ ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରନ୍ତି। ଗୁରୁବାରର ଏହି ମ୍ୟାଚ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ଖେଳାଯିବ। ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ଏହା ହେଉଛି ଭାରତର ପ୍ରଥମ ମୁକାବିଲା। ସେହିପରି ଏହି ଫର୍ମାଟ୍‌ ଅନୁସାରେ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ମାନ୍ୟତା ତାଲିକାର ପ୍ରଥମ ୯ଟି ଦଳ ବିଭିନ୍ନ ଟେଷ୍ଟ ସିରିଜ୍‌ ଖେଳିବେ। ତେବେ ପ୍ରତି ସିରିଜ୍‌ ଅନ୍ତର୍ଗତ ଟେଷ୍ଟର ଫଳାଫଳକୁ ନେଇ ପଏଣ୍ଟ ପ୍ରଦାନ କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close