ବିଜ୍ଞାନବେଶେଷ

ପରିଣତ ବୟସରେ ବି ଆପଣ ମାଆ ହୋଇପାରିବେ

୫୦ ବର୍ଷ ପରେ ସନ୍ତାନ ଚାହୁଁଥିବା ମହିଳା ଆଇଭିଏଫ ଦ୍ୱାରା ସହଜରେ ଗର୍ଭବତୀ ହୋଇ ପାରନ୍ତି। ଏହା ‘ଟେଷ୍ଟଟ୍ୟୁବ୍’ ବେବି ପ୍ରଣାଳୀ ଭାବେ ବେଶ୍ ପରିଚିତ । ଏହି ପଦ୍ଧତିରେ ଡିମ୍ବାଣୁକୁ ଜରାୟୁ ବାହାରେ ଶୁକ୍ରାଣୁ ସହିତ ଫର୍ଟିଲାଇଜ୍ କରାଯାଏ। ଗର୍ଭଧାରଣର ସବୁପ୍ରକାର ଉପାୟ ଅସଫଳ ହେବା ପରେ ଏହି ଉପାୟ ଅବଲମ୍ବନ କରାଯାଏ। ଫିଲୋପିଆନ୍ ଟ୍ୟୁବରେ ସମସ୍ୟା ଥିବା ମହିଳା, ଯକ୍ଷ୍ମାରୋଗୀ, ଜରାୟୁରେ ଡିମ୍ବ ସୃଷ୍ଟି ହୋଇପାରୁ ନ ଥିବା ମହିଳାଙ୍କ କ୍ଷେତ୍ରରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। କମ୍ ବୟସରେ ରଜଃନିବୃତ୍ତି ହୋଇଯାଇଥିବା ମହିଳାମାନେ ମଧ୍ୟ ଏହି ଉପାୟରେ ଗର୍ଭଧାରଣ କରିପାରନ୍ତି । ଏହି ଉପାୟରେ ସନ୍ତାନ ଧାରଣ ପାଇଁ କେତେ ସମୟ ଲାଗିବ ତାହା ମହିଳାଙ୍କ ବୟସ ଏବଂ ଗର୍ଭଧାରଣ ନ ହେବାର କାରଣ ଉପରେ ନିର୍ଭର କରୁ ଥିବା ଚିକିତ୍ସକ କୁହନ୍ତି । ମହିଳାଙ୍କ ବୟସ ୩୦ ବର୍ଷରୁ କମ୍ ହୋଇଥିଲେ କମ୍ ସମୟ ଲାଗେ । ଏହାର ସଫଳତା ହାର ୪୦ ପ୍ରତିଶତ । ବୟସ ଯେତେ ଅଧିକ ହୁଏ ସଫଳତା ହାର ସେତେ କମ୍ ହୁଏ । ୩୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ କ୍ଷେତ୍ରରେ ସଫଳତା ହାର ୩୫ ପ୍ରତିଶତ ବା ଏହା ଠାରୁ କମ୍ ହୋଇଥାଏ । ଏହି କୌଶଳରେ ୪ରୁ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଖର୍ଚ୍ଚ ହୁଏ। ଏହି ପଦ୍ଧତିରେ ଯାଆଁଳା ଶିଶୁ ଜନ୍ମର ସମ୍ଭାବନା ଅଧିକ ଥାଏ। ସଫଳ ହେଉଥିବା ଗର୍ଭଧାରଣ ଗୁଡ଼ିକରେ ୨୦ରୁ ୩୦ ପ୍ରତିଶତ ଯାଆଁଳା ଶିଶୁ ଜନ୍ମ ହେଉଥିବା ଚିକିତ୍ସକ କହିଥାନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close