ଫୁରୁସତବିଜ୍ଞାନ

ଆଗ୍ନେୟଗିରି ଉଦ୍ଗିରଣ କମାଇଥାଏ ବିଶ୍ୱ ତାପମାତ୍ରା…!

ଆମମାନଙ୍କ ଜାଣିବା ଅନୁସାରେ ଆଗ୍ନେୟଗିରି ଉଦ୍ଗିରଣ ବିଶ୍ୱ ତାପମାତ୍ରା ବୃଦ୍ଧିର ଏକ ପ୍ରମୁଖ କାରଣ। କିନ୍ତୁ ଏହାର ପ୍ରଭାବରେ ତାପମାତ୍ରା ଯେ କମିଯାଇପାରେ ତାହା ନିଶ୍ଚିତଭାବେ ଆଶ୍ଚର୍ଯ୍ୟଜନକ। ବୈଜ୍ଞାନିକମାନଙ୍କ ମତ ଅନୁସାରେ, ଆଗ୍ନେୟଗିରି ଉଦ୍ଗିରଣ ଦ୍ୱାରା ପୃଥିବୀର ହାରାହାରି ତାପମାତ୍ରା କିଛି ଡିଗ୍ରୀ ଫାରେନହାଇଟ ପର୍ଯ୍ୟନ୍ତ କମି ବି ଯାଇପାରେ, ଯାହାର ଅବଧି ଅଳ୍ପ କିମ୍ବା ୨ରୁ ୩ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହାର କାରଣ ଆଗ୍ନେୟଗିରି ଉଦ୍ଗିରଣବେଳେ ବାହାରୁଥିବା ଗ୍ୟାସୀୟ ପଦାର୍ଥ ଓ ଧୂଳିକଣା ବାୟୁମଣ୍ଡଳର ଉପରସ୍ତରରେ ଏକ ଆସ୍ତରଣ ଜମାଇ ଦିଏ। ଫଳରେ ସୂର୍ଯ୍ୟକିରଣ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ। ଯଦି ଏହି ଗ୍ୟାସ ବାୟୁମଣ୍ଡଳର ତଳସ୍ତରରେ ରହିଥାଏ ତେବେ ଜଳବିନ୍ଦୁ ସହ ମିଶି ବର୍ଷାରେ ପୃଥିଵୀପୃଷ୍ଠକୁ ଫେରିଆସେ। ମାତ୍ର ଯଦି ଏହା ଉପରସ୍ତକୁ ଚାଲିଥାଏ ତେବେ ତାପମାତ୍ରା ହ୍ରାସର କାରଣ ହୋଇଥାଏ। ଭୂତତ୍ୱବିତଙ୍କ ମତ ଅନୁଯାଇ, ସଲଫର ଡାଇଅକ୍ସାଇଡ ପରି ଗ୍ୟାସ ଜଳବିନ୍ଦୁ ସହ ମିଶି ସଲଫ୍ୟୁରିକ ଏସିଡରେ ପରିଣତ ହୋଇଥାଏ। ଏହା ସୂର୍ଯ୍ୟକିରଣକୁ ପ୍ରତିଫଳିତ କରିଦିଏ। ଫଳରେ ପୃଥିବୀପୃଷ୍ଠରେ ସୂର୍ଯ୍ୟକିରଣ ନପଡ଼ି ତାପମାତ୍ରା ହ୍ରାସ ପାଇଥାଏ। ସୂଚନାଯୋଗ୍ୟ, ବୈଜ୍ଞାନିକମାନଙ୍କ ଅନୁସାରେ ମାଉଣ୍ଟ ପିନାଟୁବୋ(୧୬୬୧) ଓ ତମ୍ବୋଜା(୧୮୧୫)ରେ ହୋଇଥିବା ଆଗ୍ନେୟଗିରି ଉଦ୍ଗିରଣ ଉତ୍ତର ଆମେରିକା ଓ ଇୟୁରପରେ ପ୍ରାୟ ଦୁଇବର୍ଷ ଯାଏ ତାପମାତ୍ରା କମାଇ ଦେଇଥିଲା। ଏହାର ପ୍ରଭାବରେ କୃଷି କ୍ଷେତ୍ରରେ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close