ଆଞ୍ଚଲିକ

ଏଥର ବଜାରକୁ ଗାଡ଼ି ନେଇକି ଗଲେ ହେବ ସିଜ୍

ଭୁବନେଶ୍ୱର,୫/୪: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ସୁଦ୍ଧା ୩୨କୁ ବୃଦ୍ଧି ପାଇଛି। ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପ୍ରଶାସନ ବାରମ୍ବାର ଲୋକଙ୍କୁ ବୁଝାଇବା ସହ ପରାମର୍ଶ ମଧ୍ୟ ଦେଉଛି। ପରିବା, ଗ୍ରୋସରୀ, ମେଡିସିନ୍ ଆଣିବାକୁ ଗଲେ ଚାଲିକରି ଦୋକାନ ଯିବାକୁ କୁହାଯାଉଛି। ହେଲେ ଅଧିକାଂଶ ଲୋକ ଏହାକୁ ପାଳନ କରୁନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି। ଫଳରେ ମୁଖ୍ୟମନ୍ତ୍ରୀ ଲକଡାଉନ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିବା, ଗ୍ରୋସରୀ, ମେଡିସିନ୍ ପାଇଁ କେହି ମାର୍କେଟ୍ ଗଲେ ଚାଲିକରି ଯିବାକୁ ପୋଲିସ କହିଛି। ଏଥିସହ ମାର୍କେଟରେ କୌଣସି ଗାଡ଼ି ଦେଖିଲେ ପାସ୍ ଥାଉ କିମ୍ବା ନଥାଉ ସିଜ୍ କରାଯିବ ବୋଲି ପୋଲିସ କମିଶନର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ସେହିପରି କୌଣସି ଜରୁରୀ କାମ ଥିଲେ ଜରୁରୀକାଳୀନ ନମ୍ବର ୧୦୦କୁ ଡାଏଲ କରି ସହାୟତା ନେବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close