ଧର୍ମ

ପିତୃଦୋଷ ଦୂରକରେ କର୍ପୂର ଆଳତି

ଭୁବନେଶ୍ୱର: କର୍ପୂର ଜଳାଇ ଆଳତି କଲେ ବହୁ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କର୍ପୂର ଆଳତି ପିତୃଦୋଷ ମଧ୍ୟ ଦୂର କରେ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। କର୍ପୁରକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହାବ୍ୟତୀତ କର୍ପୂର ଜଳାଇ ଆଳତି କରିବା ଅନେକ ଉପକାର ମିଳିଥାଏ। ଯଥା:-
କର୍ପୂରରୁ ବାହାରୁଥିବା ବାସ୍ନା ମନକୁ ଶାନ୍ତ ରଖେ। ସକାଳେ ଏବଂ ସନ୍ଧ୍ୟାରେ କର୍ପୂର ଆଳତି କରିବା ଦ୍ୱାରା ମନ ନିର୍ମଳ ରହିଥାଏ। ଘରକୁ ନକାରାତ୍ମକ ଶକ୍ତିରୁ ଦୂରରେ ରଖିବା ସହ କର୍ପୁର ଆଳତି ଆଳସ୍ୟପଣ ଦୂର କରିଥାଏ। ଏହାଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ବଜାୟ ରହିଥାଏ। ରୋଗାକ୍ରାନ୍ତ ଥିଲେ କେଇ ବୁନ୍ଦା କର୍ପୂର ତେଲ ପାଣିରେ ପକାଇ ସ୍ନାନ କରିବା ଦ୍ୱାରା ଶରୀର ରୋଗ ଭଲ ହୋଇଥାଏ। ପୂଜା ସରିବା ପରେ କର୍ପୂରରେ ଆଳତି କରିବା ଦ୍ୱାରା କାର୍ଯ୍ୟରେ ସମାପ୍ତି ହେବ ସହ ସନ୍ତୁଷ୍ଟି ଆସିଥାଏ। କର୍ପୂର ଆଳତି ଦ୍ୱାରା ଘରକୁ ଦାରିଦ୍ର୍ୟ ଗ୍ରାସ କରି ନଥାଏ ବୋଲି କୁହାଯାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close