ବାସ୍ତୁ

ଘରେ ଛିଞ୍ଚନ୍ତୁ ଲୁଣ ଦୂରହେବ ଭୟ

ବାସ୍ତୁ ଦୋଷଥିଲେ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ତେଣୁ ଏହି ବାସ୍ତୁ ଦୋଷକୁ ଯଦି ଠିକ କରା ନ ଯାଏ ତେବେ ଭବିଷ୍ୟତରେ ପରିବାରରେ ନାନା ଅଘଟଣ ମଧ୍ୟ ଘଟିଥାଏ । କିନ୍ତୁ ଆମ ହାତ ପାହାନ୍ତାରେ ଥିବା ଏକ ଛୋଟିଆ ଜିନିଷ ଏହାକୁ ଦୂରେଇ ଦେଇଥାଏ । ଲୁଣ, ଯାହାର ବ୍ୟବହାର ସମ୍ପର୍କରେ ଆମେ ଜାଣିପାରିଲେ ହିଁ ବାସ୍ତୁ ଦୋଷରୁ ମୁକୁଳି ପାରିବା।
ଲୁଣ ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରାଏନି। ଏହା ଜୀବନକୁ ବି ସ୍ୱାଦିଷ୍ଟ କରିଥାଏ। ମା’ ଲକ୍ଷ୍ମୀଙ୍କ ନିବାସ ବା ପିତ୍ରାଳୟ ଭାବେ ସମୁଦ୍ରକୁ ଗ୍ରହଣ କରାଯାଇଛି। ଲୁଣ ମଧ୍ୟ ସମୁଦ୍ରରୁ ପ୍ରାପ୍ତ ହୋଇଥାଏ। ଏଣୁ ଏହା ଦେବୀ ଲକ୍ଷ୍ମୀଙ୍କ ତୁଲ୍ୟ ସମ୍ମାନାସ୍ପଦ। ତା ହେଲେ ଆସନ୍ତୁ ଜାଣିବା ଲୁଣର ବ୍ୟବହାର ସମ୍ପର୍କରେ। ଯାହା କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ।
ଲୁଣ ମୁଣି- ଝିଅ ବିବାହ କରିବା ସମୟରେ ଲୁଣର ମୁଣି ବା ପୁଡିଆଟିଏ ତା ହାତରେ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଓ ଆପଣଙ୍କ ଝିଅ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହେବ। ଉଭୟ ପରିବାରକୁ ଲକ୍ଷ୍ମୀଙ୍କ ଆଗମନ ହେବ।
ଗାଧୁଆ ପାଣିରେ ଲୁଣ- ପ୍ରତିଦିନ ଗାଧୋଇବା ବେଳେ ଗାଧୁଆ ପାଣିରେ ଚିମୁଟାଏ ଲୁଣ ପକାଇ ସ୍ନାନ କରନ୍ତୁ । ଏପରି କରିବା ଦ୍ୱାରା ଦିନ ତମାମ୍ ଆପଣଙ୍କ ଶରୀରକୁ ଆସିଥିବା ନକାରାତ୍ମକ ଶକ୍ତିମାନେ ନଷ୍ଟ ହୋଇଥାନ୍ତି।
ରାତିରେ ସାରା ଘରେ ଲୁଣ ଛିଞ୍ଚନ୍ତୁ- ରାତିରେ ଶୋଇବାକୁ ଯିବା ଆଗରୁ ପ୍ରତି ଘରେ ଅଳ୍ପ ଲୁଣ ଛିଞ୍ଚି ଦିଅନ୍ତୁ ଆଉ ସକାଳୁ ଝାଡୁ କରି ଏହି ଲୁଣକୁ ଧୂଳି ସହ ବାହାରକୁ ଫିଙ୍ଗି ଦିଅନ୍ତୁ। ଏମିତି କଲେ ଘରକୁ ପ୍ରେତ ପ୍ରବେଶ କରି ନ ଥାଏ।
ଲୁଣ ପାଣିରେ ଗୋଡ ବୁଡାନ୍ତୁ- ପ୍ରତିଦିନ ୨୦ ମିନିଟ୍ ପର‌୍ୟ୍ୟନ୍ତ ଲୁଣ ପାଣିରେ ଗୋଡ ବୁଡାଇ ରଖନ୍ତୁ, ଦେଖିବେ ଆପଣଙ୍କ ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close