ମନୋରଞ୍ଜନ

ଆସୁଛି ପ୍ରେମ ଓ ବନ୍ଧୁତା ଉପରେ ଆଧାରିତ ସିନେମା ‘କଟି ପତଙ୍ଗ’

ଭୁବନେଶ୍ୱର,୨୧/୧: ଓଡ଼ିଆ ଫିଲ୍ମ ‘କଟି ପତଙ୍ଗ’ର ଏବେ ସୁଟିଂ ଚାଲିଛି। ଶକ୍ତି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜକ ଅଛନ୍ତି ଦେବେନ୍ଦ୍ରନାଥ ସାହୁ ଓ କାହାଣୀ ଲେଖିଛନ୍ତି ମଧୁସ୍ମିତା ଦାସ। ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି କୁମାର ସରୋଜ। ସଂଗୀତ ନିର୍ଦ୍ଦେଶନା ଏସ. ଚନ୍ଦ୍ରକାନ୍ତ ଦେଇଥିବାବେଳେ ସଂଳାପ ଲେଖିଛନ୍ତି ଅଜୟ ସାମଲ। ଫିଲ୍ମର ମେଲ ଲିଡ ଅଭିଷେକ ଓ ଆରକେ ରହିଥିଵାବେଳେ ଏ ଦୁଇଜଣଙ୍କ ବିପକ୍ଷରେ ଫିମେଲ ଲିଡ ଭାବେ ନଜର ଆସିବେ ଅନନ୍ୟା ଓ ରାନୀ। ଏଥିସହ ସିନେମାର ଅନ୍ୟାନ୍ୟ ଚରିତ୍ରରେ ଉତ୍ତମ ମହାନ୍ତି, ଅସିତ ପତି, ମନୀଷା ମିଶ୍ର, ସରୋଜ ଦାସ, କାଳି, କୁଲୁ, ଦେବ, ଅଶୋକ, ପ୍ରତାପ, ପ୍ରିୟଙ୍କା, ପ୍ରିନସ, ଅର୍ଯ୍ୟନ ଓ ବିଷ୍ଣୁ ଦେଖିବାକୁ ମିଳିବେ। ଏହି ସିନେମାର ମୁଖ୍ୟ କାହାଣୀ ପ୍ରେମ ଓ ବନ୍ଧୁତା ଉପରେ ଆଧାରିତ। ସମୟ ଅନୁସାରେ କିଭଳି ସମ୍ପର୍କ ଓ ପ୍ରେମ ବଦଳିଯାଏ ତାହା ଏହି ସିନେମାରେ ଦେଖିବାକୁ ମିଳିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close