ଦେଶ ବିଦେଶ

ଶେଷରେ ଆଖି ବୁଜିଲେ ଉନ୍ନାଓ ପୀଡିତା

ନୂଆଦିଲ୍ଲୀ,୭/୧୨ : ଶେଷରେ ଜୀବନ ଯୁଦ୍ଧରେ ହାରିଯାଇ ଆଖି ବୁଜିଲେ ଉନ୍ନାଓ ଗଣଦୁଷ୍କର୍ମ ମାମଲାର ପୀଡ଼ିତା। ସେ ଶୁକ୍ରବାର ରାତି ୧୧ଟା ୪୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ଗୁରୁବାର ଏହି ଗଣଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ସେ କୋର୍ଟକୁ ଯାଉଥିବା ବେଳେ ୫ ଜଣ ମିଶି ତାଙ୍କୁ ପେଟ୍ରୋଲ୍ ଢ଼ାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ।ପରେ ପୀଡ଼ିତା ପ୍ରାୟ ଏକ କିଲୋମିଟର ଚାଲି ଏକ ଜନଗହଳି ସ୍ଥାନରେ ପହଞ୍ଚି ସହାୟତା ମାଗିଥିଲେ। ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close