
ମୁମ୍ବାଇ,୩୦/୧୧: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବହୁମତର ମ୍ୟାଜିକ୍ ନମ୍ବର ୧୪୫ ପାର କରିବା ସହ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଉଦ୍ଧବ ଠାକରେ। ଉଦ୍ଧବ ସରକାରଙ୍କ ସପକ୍ଷରେ ମୋଟ୍ ୧୬୯ଟି ଭୋଟ୍ ପଡିଛି। ସରକାରଙ୍କ ସପକ୍ଷରେ ଏମଏନଏସ ବିଧାୟକମାନେ ଭୋଟ୍ ଦେଇ ନାହାନ୍ତି। ଗୃହରେ ବନ୍ଦେ ମାତରଂ ଗାନ କରାନଯିବାରୁ ଫଡନାଭିସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ଅସ୍ଥାୟୀ ବାଚସ୍ପତି ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି ବିଜେପି ବିଧାୟକମାନେ ହଙ୍ଗାମା କରିଛନ୍ତି। ଅନ୍ୟପଟେ ଆସ୍ଥା ଭୋଟ୍ ପୂର୍ବରୁ ବିଜେପି ସମେତ ବିରୋଧୀ ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି।