ଦେଶ ବିଦେଶ

ଆମେରିକାର ସପିଂ ମଲ୍‌ରେ ଗୁଳିକାଣ୍ଡ: ୨୦ ମୃତ, ୨୬ ଆହତ

ଟେକ୍ସାସ,୪/୮: ଆମେରିକାର ଟେକ୍ସାସସ୍ଥିତ ୱାଲ୍‌ମାର୍ଟ ସପିଂ ମଲ୍‌ରେ ଶନିବାର ଗୁଳିକାଣ୍ଡ ହୋଇଛି। ଏଥିରେ  ୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତିନିଜଣ ସନ୍ଦିଗ୍ଧଙ୍କୁ ପୋଲିସ ଧରିଥିବା ସୂଚନା ମିଳିଛି। ଜଣେ ୨୧ ବର୍ଷୀୟ ଯୁବକ ଏହି ଗୁଳିକାଣ୍ଡ ଭିଆଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବି କୁହାଯାଉଛି। ମାତ୍ର ଏନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ ୱାଲ୍‌ମାର୍ଟ ଷ୍ଟୋର୍‌ରେ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଗୁଳିକାଣ୍ଡ ଘଟଣା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close