ଜୀବନଚର୍ଯ୍ୟା

ହୃଦଘାତରୁ ରକ୍ଷାକରେ ଲାଉ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସଂଖ୍ୟାଧିକ ଲୋକ ହାର୍ଟ ଆଟାକ ବା ହୃଦଘାତର ଶିକାର ହେଉଛନ୍ତି। ଅନିୟମିତ ଜୀବନଶୈଳୀ, ବିଷାକ୍ତ ଖାଦ୍ୟପଦାର୍ଥର ସେବନ, କମ୍ ଶାରୀରିକ ଶ୍ରମ ଏବଂ ମାନସିକ ଚିନ୍ତା ଆଦି ଏହି ପ୍ରାଣଘାତି ହୃଦଘାତର ମୁଖ୍ୟ କାରଣ। ତେବେ ହୃଦଘାତର ଘରୋଇ ଉପଚାର ମଧ୍ୟ ରହିଛି। ଆସନ୍ତୁ ନଜର ପକାଇବା ଲାଉକୁ ଉପଯୋଗ କରି କିପରି ହୃଦଘାତରୁ ରକ୍ଷା ପାଇପାରିବା…..
ପ୍ରଥମେ ଲାଉ ରସରେ ୪-୬ଟି ପୋଦିନା ପତ୍ର ବା ୮ଟି ତୁଳସୀ ପତ୍ର ପକାଇ ବାଟି ସେଥିରେ କିଛି ପରିମାଣର ପାଣି ମିଶାଇବା। ପରେ ସେଥିରେ ୧ଗ୍ରାମ ସୈନ୍ଧବ ଲୁଣ ଏବଂ ୪ଟି ଗୋଲମରିଚ ମିଶାଇ ଖାଇବାର ଅଧ ଘଣ୍ଟା ପରେ ସେବନ କଲେ ହୃଦଘାତରୁ ଉପଶମ ମିଳିଥାଏ। ଏହି ଉପଚାରକୁ ଅତିକମରେ ୩ ମାସ ସେବନ କରିବା ଉଚିତ୍। ତେବେ ଏହି ଉପଚାର କରିବା ସମୟରେ ଖଟା ଫଳମୂଳ ଖାଇବା ଅନୁଚିତ୍।

Show More

Related Articles

Leave a Reply

Your email address will not be published. Required fields are marked *

Close
Close