ଧର୍ମବାସ୍ତୁ

ପ୍ରତିଦିନ ଅର୍ପଣ କରନ୍ତୁ ପଞ୍ଚାମୃତ ଭୋଗ: ଦୂର ହେବ ଶନି ଦଷା

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ। ଯିଏ ଭଲ କାମ କରନ୍ତି ସେମାନଙ୍କ ଉପରେ ଶନିଦେବ ଉତ୍ତମ ଦୃଷ୍ଟି ରଖିଥାନ୍ତି। ସେହିଭଳି ଯେଉଁ ବ୍ୟକ୍ତି ଖରାପ କରିଥାଏ ସେମାନଙ୍କ ଉପରେ ଶନିଦେବଙ୍କର କୁପ୍ରଭାବ ପଡିଥାଏ। ଏଥିସହ ସେମାଙ୍କର ସବୁ କାମ ବିଗାଡି ଯାଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଜାତକରେ ଶନି ଗ୍ରହ ଦୋଷ ଥିଲେ କିମ୍ବା ଘରର ବାସ୍ତୁ ସଠିକ୍ ନଥିଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଆପଣ ପୂଜା କରିବା ସମୟରେ ପ୍ରତିଦିନ ପଞ୍ଚାମୃତ ଭୋଗ ଅର୍ପଣ କରନ୍ତୁ ଯାହା ଫଳରେ ଏହି ସବୁରୁ ଆପଣ ମୁକ୍ତି ପାଇବା ସହ ସବୁକ୍ଷେତ୍ରରେ ନିଜକୁ ସଫଳ ହୋଇପାରିବେ।

ପୂଜା ସରିବା ପରେ ପଞ୍ଚାମୃତକୁ ପରିବାରର ସମସ୍ତ ସଦସ୍ୟଙ୍କୁ ଦେବା ସହ ଏକ ଫୁଲ କିମ୍ବା ଦୁବରେ ଏହାକୁ ଘରର ଚାରିପଟେ ସିଞ୍ଜନ କରନ୍ତୁ। ଫଳରେ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ। ଏଥିସହ ସମସ୍ତ ପ୍ରକାର ବାସ୍ତୁ ଦୋଷ ଦୂର ହୋଇଥାଏ। ପଞ୍ଚାମୃତ ସିଞ୍ଜନ କରିବା ପରେ ତାହା ଯେପରି କାହାର ପାଦରେ ସ୍ପର୍ଶ ନହୁଏ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦିଅନ୍ତୁ। ସେହିପରି ପଞ୍ଚାମୃତ ଭୋଗ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ମଧ୍ୟ ମିଳିଥାଏ। ଯାହା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ। ଯଦି ଏହାକୁ ଆପଣ ସବୁଦିନେ କରିପାରୁନାହାନ୍ତି, ତେବେ ଏହାକୁ ପ୍ରତ୍ୟେକ ଗୁରୁବାର ଓ ଶନିବାର ନିଶ୍ଚିତ ଭାବେ କରନ୍ତୁ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close