ଆଞ୍ଚଲିକ

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର!

ଶ୍ରୀମନ୍ଦିର ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ଗୁଇନ୍ଦା ରିପୋର୍ଟ

ପୁରୀ,୨/୮: ଆତଙ୍କବାଦୀଙ୍କ ଟାର୍ଗେଟରେ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି। ତେବେ ଏହି ସୂଚନା ମିଳିବା ପରେ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ  ପୁରୀ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ଏସ୍‌ପି ଉମାଶଙ୍କର ଦାସ। ଏହି ସୂଚନା ମିଳିବା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନାଭାଲ ଓ କୋଷ୍ଟଗାର୍ଡ ତରଫରୁ ସମୁଦ୍ର ଉପକୂଳ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଉଥିବା ସେ କହିଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ସମୁଦ୍ର କୂଳ ଅଞ୍ଚଳରେ ବିଳମ୍ବିତ ରାତିରେ ବୁଲାବୁଲି କରୁଥିବା ଅଜଣା ଲୋକଙ୍କ ଉପରେ ନଜର ରଖିବା ଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୁରୀ ସହରକୁ ସଂଯୋଗ କରିଥିବା ସମସ୍ତ ରାସ୍ତା ଓ ସହର ମଧ୍ୟରେ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଶ୍ରୀମନ୍ଦିର ବାହାରେ ଚବିଶ ଘଣ୍ଟିଆ ପୋଲିସ ପହରା ରହିଛି। ୱାଚ୍‌ ଟାୱାର ମାଧ୍ୟମରେ ବଡ଼ଦାଣ୍ଡ ଓ ମନ୍ଦିର ଚାରିପାଖରେ କଡ଼ା ନଜର ରଖାଯାଇଛି। ସେହିଭଳି ସିସିଟିଭି ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ନଜର ରଖିଛି। ସେହିଭଳି ପଞ୍ଜୀକରଣ ନକରି ସମୁଦ୍ରରେ ଚଳାଚଳ କରୁଥିବା ଡଙ୍ଗାଗୁଡ଼ିକୁ ଯାଞ୍ଚ  କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close