ଖେଳଦେଶ ବିଦେଶ

ଟିମ୍‌ ଇଣ୍ଡିଆକୁ ଉଡାଇଦେବାକୁ ଧମକ !

ନୂଆଦିଲ୍ଲୀ,୧୯/୮: ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମକୁ ଉଡାଇଦେବାକୁ ଧମକ ମିଳିଥିବା ଖବର ମିଳିଛି। ଫଳରେ ଭାରତୀୟ ଟିମର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଜିଓ ଟିଭିର ଖବର ଅନୁସାରେ ଭାରତୀୟ ଟିମକୁ ଶେଷ କରିଦେବାକୁ ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନୀ କ୍ରିକେଟ୍ ବୋର୍ଡ ନିକଟକୁ ଆସିଛି। ପିସିବି ଆଇସିସି ମାଧ୍ୟମରେ ବିସିସିଆଇକୁ ଏ ନେଇ ସୂଚନା ଦେଇଛି। ଭାରତୀୟ କ୍ରିକେଟ୍ ବୋର୍ଡ ଏନେଇ ଗୃହ ମନ୍ତ୍ରଣାଳୟକୁ ସୂଚନା ଦେବାପରେ ଭାରତୀୟ ଟିମର ସୁରକ୍ଷା ବଢାଇ ଦିଆଯାଇଛି। ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ଏ ନେଇ ଖବର ଦିଆଯାଇଛି। ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ସବୁ ପ୍ରକାର ସହାୟତା ଦେବା ପାଇଁ ମଧ୍ୟ ଭରସା ଦେଇଛି। ଏବେ ଭାରତୀୟ ଟିମର ବସ୍ ସହିତ ଗୋଟିଏ ଏକ୍ସର୍ଟ ଗାଡି ଯିବ। ରିପୋର୍ଟ ଅନୁସାରେ ଭାରତୀୟ ଟିମର ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ ସମସ୍ତ ଖେଳାଳିଙ୍କୁ ଏ ନେଇ ଖବର ଦେବାସହ ସଚେତନ ରହିବା ପାଇଁ କହିଛନ୍ତି। ଏଥିସହ କୌଣସି ସ୍ଥାନକୁ ଯିବା ଆସିବା କରିବା ନେଇ ମଧ୍ୟ ସୂଚନା ଦେବାକୁ କୁହାଯାଇଛି। ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ବାରମ୍ବାର ମିଟିଂ କରାଯାଇଛି। ଓ୍ବେଷ୍ଟଇଣ୍ଡିଜ୍ ବୋର୍ଡ ବ୍ୟତୀତ ଖେଳାଳିମାନଙ୍କ ସହ ମଧ୍ୟ ଅଲଗା ଅଲଗା ଭାବେ ବୈଠକ କରାଯାଇ ଆଲୋଚନା କରାଯାଇଥିବା ଜଣାପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close