ଦେଶ ବିଦେଶ

ଜେଏନୟୁ କ୍ୟାମ୍ପସରେ ସଂଘର୍ଷ: ୧୮ ଆହତ, ୧୧ ଲାପତ୍ତା

ଗୃହ ମନ୍ତ୍ରାଳୟର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬/୧: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ହଷ୍ଟେଲ ଭିତରେ ରବିବାର ସନ୍ଧ୍ୟାରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। କିଛି ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ହଷ୍ଟେଲରେ ପଶି ଛାତ୍ରମାନଙ୍କୁ ପିଟିଥିବା ଅଭିଯୋଗ ହୋଇଥିବାବେଳେ ଏଥିରେ ଜେଏନୟୁ ଛାତ୍ରସଂଘ ସଭାପତି ଆଇଶିି ଘୋଷ ଓ ସାଧାରଣ ସମ୍ପାଦକ ସତିଶ ଚନ୍ଦ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆଇଶିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ହାତ ଅଛି ବୋଲି ଛାତ୍ର ସଂଘ ଅଭିଯୋଗ କରିଛି। ଅପରପକ୍ଷରେ, ଏସଏଫଆଇ, ଆଇସା, ଡିଏସଏଫ ସଙ୍ଗଠନର ଛାତ୍ର ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିବା ଏବିଭିପି ଅଭିଯୋଗ କରିଛି। ଏହି ଆକ୍ରମଣରେ ଅଦ୍ୟାବଧି ୧୮ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବାବେଳେ ୧୧ ଜଣଙ୍କର କୌଣସି ଖୋଜଖବର ମିଳୁନାହିଁ। ଘଟଣାକୁ ନେଇ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛି। ଆହତ ଛାତ୍ରମାନଙ୍କୁ ଦିଲ୍ଲୀସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। କ୍ୟାମ୍ପସକୁ ୭ଟି ଆମ୍ବୁଲାନ୍ସ ପଠା ଯାଇଥିବାବେଳେ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ମୁହଁରେ ମାସ୍କ ବାନ୍ଧି କିଛି ଯୁବକ ଅପରାହ୍ଣରେ ସୂଚନା ପ୍ରଣାଳୀ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ବିଜୁଳୀ ବନ୍ଦ କରିବା ସହ ସର୍ଭର ରୁମରେ ଭଙ୍ଗାରୁଜା ଆରମ୍ଭ କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close