ଖେଳଦେଶ ବିଦେଶ

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ଧୋନିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ,୨୧/୭: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୩ଟି ଫର୍ମାଟରେ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିସହ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳିବ ଟିମ୍ ଇଣ୍ଡିଆ। ଟି-୨୦ରୁ ଧୋନୀ, ହାର୍ଦ୍ଧିକ ପାଣ୍ଡ୍ୟା ଓ ବୁମରାହଙ୍କୁ ଆରାମ ଦିଆଯାଇଛି। ସେହିପରି ଦଳକୁ ଫେରିଛନ୍ତି ରବୀଚନ୍ଦ୍ରନ ଅଶ୍ୱିନୀ ଓ ଜାଡେଜା। ୨୦୧୯ ବିଶ୍ୱ କପରେ ଆଙ୍ଗୁଠି ଆଘାତ ଲାଗିବା କାରଣରୁ ମ୍ୟାଚରୁ ବାଦ୍ ପଡିଥିବା ଶିଖର ଧୱନ ମଧ୍ୟ ଦଳକୁ ଫେରିଛନ୍ତି।

-ଦିନିକିଆ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ, କେ.ଏଲ୍.ରାହୁଲ, ଶ୍ରେୟସ, ମନୀଷ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଚହଲ, କେଦାର, ସାମି, ଭୁବନେଶ୍ୱର, ଖଲ୍ଲିଲ ଅହମ୍ମଦ, ନଭଦୀପଙ୍କୁ ଟିମରେ ସାମିଲ କରାଯାଇଛି।

-ଟି-୨୦ରେ ବିରାଟ, ରୋହିତ, ଶିଖର, ଶ୍ରେୟସ୍, ମନୀଷ, ପନ୍ତ, କୃଣାଲ, ଜାଡେଜା, ୱାଶଂଟନ୍, ଚହର, ଭୁବନେଶ୍ୱର, ଶଲ୍ଲିଲ ଅହମ୍ମଦ, ଦୀପକ ଚହର ଓ ନଭଦୀପଙ୍କ ସାମିଲ କରାଯାଇଛି।

-ଟେଷ୍ଟ ମ୍ୟାଚ୍ ପାଇଁ ବିରାଟ, ଅଜିଙ୍କ୍ୟା, ମୟଙ୍କ, ରାହୁଲ, ପୂଜାରା, ହନୁମାନ, ରୋହିତ, ପନ୍ତ, ରିଦ୍ଧିମାନ, ଅଶ୍ୱିନୀ, ଜାଡେଜା, କୁଲଦୀପ, ଈଶାନ୍ତ, ସାମି, ବୁମରାହ, ଉମେଶ ଯାଦବ ସାମିଲ ହୋଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close