ଆଞ୍ଚଲିକରାଜନିତୀ

ପ୍ରବାଦ ନୁହେଁ ବିବାଦ ପୁରୁଷ ଥିଲେ ବିଜୁ: ତାରାପ୍ରସାଦ

ଭୁବନେଶ୍ୱର,୨୭/୧: ପ୍ରବାଦ ପୁରୁଷ ନୁହେଁ ବରଂ ବିଜୁ ପଟ୍ଟନାୟକ ବିବାଦ ପୁରୁଷ ଥିଲେ। ଏଭଳି ମନ୍ତବ୍ୟ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ସ୍ୱର୍ଗତ ବିଜୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ନମିଳିବା ପ୍ରସଙ୍ଗରେ ତାରା କହିଛନ୍ତି, ବିଜୁ ବିବାଦ ପୁରୁଷ ଥିଲେ। ତାଙ୍କ ପୁଅ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କୁ ପ୍ରବାଦ ପୁରୁଷ କରାଯାଇଛି। ଏଥିସହ ସେ କହିଛନ୍ତି, କଂଗ୍ରେସରେ ଥିବା ଅବସ୍ଥାରେ ବିଜୁ ବାବୁ ସବୁକିଛି କରିଛନ୍ତି। ଯେତେବେଳେ ନେହେରୁ ପ୍ରଧାନମନ୍ତ୍ରୀ ଥିଲେ ଓଡ଼ିଶାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। ସେହି ସମୟରେ କୋରାପୁଟ ହାଲ୍, ପାରାଦୀପ ବନ୍ଦର ଏବଂ ହୀରାକୁଦ ଡ୍ୟାମ୍ ଇତ୍ୟାଦି ପ୍ରତିଷ୍ଠା ହୋଇଥିଲା। ତେବେ ଜଣେ ଓଡ଼ିଶା ପ୍ରେମୀ ଏବଂ ଓଡ଼ିଆ ଲୋକଙ୍କୁ ଭଲ ପାଉଥିବା ମଣିଷ ଥିବରୁ ତାଙ୍କୁ ଭାରତ ରତ୍ନ ମିଳିବା ଦରକାର ବୋଲି ତାରା କହିଛନ୍ତି। ବିଜୁଙ୍କ ଭଳି ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମଧ୍ୟ ଭାରତରତ୍ନ ମିଳିବ ଆବଶ୍ୟକ ବୋଲି ତାରା ପ୍ରକାଶ କରିଛନ୍ତି। ତାରାଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ତାରାପ୍ରସାଦ ବାହୀନପତିଙ୍କର ସେଭଳି ଷ୍ଟେର୍ଚର ହୋଇନାହିଁ କି ସେ ବିଜୁ ବାବୁଙ୍କ ବିଷୟରେ ଏଭଳି କମେଣ୍ଟ କରିବେ ବୋଲି ବିଜେଡି କହିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ନମିଳିବା ସମଗ୍ର ଓଡ଼ିଶାବାସୀଙ୍କୁ ନିରାଶ କରିଛି। ଏଥିସହ ବିଜୁଙ୍କୁ ଭାରତରତ୍ନ ନମିଳିବାରୁ ଫେସବୁକ୍ ପୋଷ୍ଟ ମାଧ୍ୟମରେ ନିଜର ଅସନ୍ତୋଷ ଏବଂ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ। ସେ ଲେଖିଛନ୍ତି କି, ‘ବିଜୁ ବାବୁ ଅନ୍ତର୍ଜାତୀୟସ୍ତରରେ ଜଣେ ବଡ଼ ନେତା। ତାଙ୍କ ପରି ବ୍ୟକ୍ତିତ୍ୱ ଖୁବ କମ୍ ମିଳନ୍ତି। ଏଥିପାଇଁ ବିଦେଶ ସରକାର ମଧ୍ୟ ତାଙ୍କୁ ସର୍ବୋଚ୍ଚ ସମ୍ମାନରେ ପୁରସ୍କୃତ କରିଛନ୍ତି।’ ହେଲେ ନିଜ ଦେଶରେ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିନଥିବାରୁ ଦିଲ୍ଲୀପ ଦୁଃଖପ୍ରକାଶ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close