ଦେଶ ବିଦେଶ

ସମସ୍ତ ଅପେକ୍ଷାର ଅନ୍ତଃ: ଅଯୋଧ୍ୟା ମାମଲାର ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ

  • ନୂଆଦିଲ୍ଲୀ,୯/୧୧: ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ। ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିବାଦୀୟ ଜମି ଉପରେ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ତିଆରି ପାଇଁ ଗଠନ କରାଯିବ ଟ୍ରଷ୍ଟ ବୋର୍ଡ଼। ତେବେ ତିନି ମାସ ମଧ୍ୟରେ ଏହି ଟ୍ରଷ୍ଟ ବୋର୍ଡ଼ ତିଆରି କରିବେ କେନ୍ଦ୍ର ସରକାର। ଟ୍ରଷ୍ଟ ବୋର୍ଡ଼ରେ ନିର୍ମୋହୀ ଆଖଡ଼ାର ପ୍ରତିନିଧିତ୍ୱ ମଧ୍ୟ ରହିବ। ଟ୍ରଷ୍ଟ ବୋର୍ଡ଼କୁ ବିବାଦୀୟ ଜମି ହସ୍ତାନ୍ତର କରିବେ କେନ୍ଦ୍ର ସରକାର। ସୁନ୍ନୀ ୱାକିଫ ବୋର୍ଡ଼କୁ ବିକଳ୍ପ ୫ ଏକର ଜମି ଅଯୋଧ୍ୟାରେ ଦିଆଯିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାମ ଜନ୍ମଭୂମି ନ୍ୟାସକୁ ମିଳିବ ବିବାଦୀୟ ଜମି। ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠର ସର୍ବସମ୍ମତିରେ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏଥିସହ ୩ ମଧ୍ୟସ୍ଥିଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟ। ସେମାନେ ହେଉଛନ୍ତି ଜଷ୍ଟିସ କଲିଫୁଲ୍ଲା, ଆଇନଜୀବୀ ଶ୍ରୀରାମପଞ୍ଚୁ, ରବିଶଙ୍କର। ମୁସଲମାନଙ୍କୁ ମସଜିଦ କରିବାକୁ ବିକଳ୍ପ ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେମାନଙ୍କୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟରେ ୩୦ମିନିଟରେ ସିଜେଆଇ ଗୋଟିଏ ପରେ ଗୋଟିଏ ରଖିଥିବା ତଥ୍ୟ ହେଉଛି ଅଯୋଧ୍ୟାରେ ରାମଙ୍କ ଜନ୍ମଭୂମିକୁ ନେଇ ବିବାଦ ହୋଇନାହିଁ। ଆସ୍ଥା ଓ ବିଶ୍ୱାସ ସ୍ୱତ୍ୱାଧିକାରର ଫଇସଲା ହୋଇପାରିବନି। ମୁସଲମାନ ଓ ହିନ୍ଦୁ ପକ୍ଷର ଦାବି ଏକପ୍ରକାର ବୋଲି କହିିଥିଲେ ସିଜେଆଇ। ଜମି ଉପରେ କବଜା ନେଇ ପ୍ରମାଣ କରିବାକୁ ବିଫଳ ହୋଇଛନ୍ତି ମୁସଲିମ ପକ୍ଷ। ମୁସଲମାନ ପକ୍ଷରେ ଜମି ଉପରେ ବିଶେଷ କବଜା ନଥିଲା ବୋଲି ମଧ୍ୟ ପ୍ରଧାନ ବିଚାରପତି କହିଥିଲେ । ସେହିପରି ଇଂରେଜ ଶାସନ ସମୟରେ ନମାଜ ପଢ଼ିବାର ପ୍ରମାଣ ନାହିଁ। ଡିସେମ୍ବର ୧୯୪୯ ଯାଏଁ ମୁସଲମାନ ନମାଜ ପାଠ କରୁଥିଲେ। ବିବାଦୀୟ ଢ଼ାଞ୍ଚା ଭାଙ୍ଗିବା ଆଇନକୁ ହାତକୁ ନେବା ଭଳି ବୋଲି ସିଜେଆଇ କହିଥିଲେ । ସୀତା ରୋଷେଇରେ ହିନ୍ଦୁମାନେ ପୂଜା କରୁଥିଲେ। ସୂଚନା ଅନୁସାରେ, ବାବ୍ରି ମସଜିଦ ମିର ବାକି ତିଆରି କରିଥିଲେ। ଦୀର୍ଘ ୬୯ ବର୍ଷରୁ ଲାଗି ରହିଥିଲା ଏହି ବିବାଦ। ୧୯୪୯ରେ ୨ଟି ମୂର୍ତ୍ତି ରଖାଯାଇଥିଲା ବୋଲି ପ୍ରଧାନ ବିଚାରପତି କହିଥିଲେ । ବାବରଙ୍କ ସମୟରେ ମସଜିଦ ନିର୍ମାଣ କରାଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close