ଆଞ୍ଚଲିକ

ଭୁବନେଶ୍ୱର ରାମ ମନ୍ଦିରର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩/୯: ଭୁବନେଶ୍ୱର ରାମ ମନ୍ଦିର ପରିଚାଳନା ଦାୟିତ୍ୱ ଭାର ରାଜ୍ୟ ସରକାର ଗ୍ରହଣ କଲେ। ୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ରାମ ମନ୍ଦିରର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତରେ ଥିଲା। ତେବେ ଏବେ ରାମ ମନ୍ଦିରର ଆୟ ବ୍ୟୟ କଥା ରାଜ୍ୟ ସରକାର ବୁଝିବେ। ସେହିପରି ରାମ ମନ୍ଦିର ପରିଚାଳନା ଦାୟିତ୍ୱ ଉପରେ ହାଇକୋର୍ଟଙ୍କ କଡା ନିର୍ଦେଶ ଥିଲା। ଜଷ୍ଟିସ ପ୍ରମଥ ପଟ୍ଟନାୟକ ଓ ଜଷ୍ଟିସ କୁମାରୀ ସଂଜୁ ପଣ୍ଡାଙ୍କୁ ନେଇ ଦୁଇଜଣିଆ ଖଣ୍ଡ ପୀଠ ଏହି ମାମଲାର କରିଥିଲେ ଶୁଣାଣୀ। ରାମ ମନ୍ଦିର ଟ୍ରଷ୍ଟି ଭାଙ୍ଗି ତୁରନ୍ତ ଏହି ମନ୍ଦିର ଦାୟିତ୍ୱ ରାଜ୍ୟ ସରକାର ବହନ କରିବାକୁ ହାଇକୋର୍ଟଙ୍କର ନିର୍ଦେଶ ଥିଲା। ଏହି ନିର୍ଦ୍ଦେଶକୁ ଭିତିକରି ଶୁକ୍ରବାର ରାଜ୍ୟସରକାର ଟ୍ରଷ୍ଟିଙ୍କ ହାତରୁ ନିଜ ଅଧିନକୁ ରାମନ୍ଦିରର ସମସ୍ତ ପରିଚାଳନା ଦାୟିତ୍ୱ ଆଣିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close