ଆଞ୍ଚଲିକ

ଜାଣନ୍ତୁ ଡ୍ରାଇଭିଂ ବେଳେ କେତେ ରହିବ ଆପଣଙ୍କ ଗାଡିର ସ୍ପିଡ୍‌

ଭୁବନେଶ୍ୱର,୧/୧୨: ଡିସେମ୍ବର ୧ରୁ ଆରମ୍ଭ ହୋଇ ଯାଇଛି ଟ୍ରାଫିକ୍ କଟକଣା। ରାଜ୍ୟ ସରକାର କାଗଜ ପତ୍ର ପାଇଁ ଆଉ ତିନି ମାସ କୋହଳ କରିଛନ୍ତି। ଏଥିସହ ହେଲମେଟ୍, ସିଟବେଲ୍ଟ, ମୋବାଇଲ ବ୍ୟବହାର, ଭୁଲ ଦିଗରେ ଗାଡି ଚଳାଇବା ଓ ମଦୁଆ ଡ୍ରାଇଭରଙ୍କୁ ଗୋଡାଇ ଗୋଡ଼ାଇ ଧରିଛି ପୋଲିସ୍। ତେବେ ସହର ଭିତରେ କେତେ ରହିବ ଗାଡିର ବେଗ ସେନେଇ କମିସନରେଟ୍ ପୋଲିସ ଆଜି ନିର୍ଦ୍ଦେଶନାମା ଜାରି କରିଛି। ସହର ଭିତରେ ଗାଡିର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ରହିବ। ଦୁଇ ଚକିଆ ଯାନର ସର୍ବାଧିକ ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ରହିବ। କେବଳ ପଳାଶୁଣୀରୁ ବାଲିକୁଦା ପର୍ଯ୍ୟନ୍ତ ଗାଡିର ବେଗ ୭୦ କିଲୋମିଟର। ଯଦି ଏହାଠାରୁ ଆପଣ ଅଧିକ ବେଗରେ ଗାଡି ଚାଉଛନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close