ଖେଳଦେଶ ବିଦେଶ

ବିରାଟଙ୍କୁ ଅଧିନାୟକ ପଦବୀରୁ ହଟାଇବା ଠିକ ହେବନି: ସୋଏବ ଅଖତର

ନୂଆଦିଲ୍ଲୀ,୨/୮: ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଚାଲିଥିବା ଚର୍ଚ୍ଚା ହେଉଥିବାବେଳେ ଉଭୟଙ୍କ ମଧ୍ୟରେ ସନ୍ତୁଳନ ଭଲ ରହୁନଥିବା ଆଲୋଚନା ହେଉଛି। ଏଥିପାଇଁ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଭାରତ ହାରିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ବିରାଟଙ୍କୁ ଦିନିକିଆ ମ୍ୟାଚର ଅଧିନାୟକ ପଦବୀରୁ ହଟାଇ ରୋହିତଙ୍କୁ ଅଧିନାୟକ ପଦରେ ନିଯୁକ୍ତ କରିବା ଉଚିତ ହେବ ବୋଲି ମଧ୍ୟ କିଛି ସମୀକ୍ଷକ ମତ ରଖୁଛନ୍ତି। ତେବେ ଏହାକୁ ନେଇ ପାକିସ୍ତାନର ପୂର୍ବତନ ପେସ୍ ବୋଲର ସୋଏବ ଅଖତର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିରାଟଙ୍କୁ ଅଧିନାୟକ ପଦବୀରୁ ହଟାଇବା ଠିକ୍ ହେବନାହିଁ। ସେ ୩-୪ ବର୍ଷ ହେବ ଦଳର ଅଧିନାୟକ ଦାୟିତ୍ୱରେ ରହିଛନ୍ତି। ତାଙ୍କୁ ନହଟାଇ ଭଲ କୋଚ୍ ଓ ଚୟନ କମିଟି ନିଯୁକ୍ତ କରିବା ଉଚିତ୍ ବୋଲି ଅଖତର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି। ରୋହିତ ଶର୍ମାଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସେ ମଧ୍ୟ ଜଣେ ଭଲ ଅଧିନାୟକ ଏବଂ ଆଇପିଏଲରେ ଅଧିନାୟକ ଦାୟିତ୍ୱ ସମ୍ଭାଳି ରୋହିତ୍ ନିଜକୁ ପ୍ରମାଣିତ କରି ସାରିଥିବା ଅଖତର ପ୍ରକାଶ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close