ବାସ୍ତୁ

ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡିବା ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ…

ଆମ ଶାସ୍ତ୍ରରେ ସମସ୍ତ ଶୁଭ ଓ ଅଶୁଭ ସଙ୍କେତ ସମ୍ପର୍କରେ ବିସ୍ତାର କୁହାଯାଇଛି। ହେଲେ ଜୀବନରେ ଘଟିବାକୁ ଥିବା ବିଭିନ୍ନ ଘଟଣା ପୂର୍ବରୁ ଏପରି କିଛି ସଙ୍କେତ ରହିଛି ଯାହା ଶୁଭ ସଙ୍କେତ ମିଳିବ ପୂର୍ବରୁ ବ୍ୟକ୍ତିଙ୍କୁ ମିଳିଥାଏ। ଯାହା ଦ୍ୱାରା ଧନର ଦେବୀ ମା’ ଲକ୍ଷ୍ମୀ ଆପଣଙ୍କ ପ୍ରତି କୃପା କରିବା ପୂର୍ବରୁ କିଛି ସଙ୍କେତ ବି ଦେଇଥା’ନ୍ତି।
ତେବେ ଆଜି ଆପଣଙ୍କୁ ଏପରି କିଛି ଶୁଭ ସଙ୍କେତ ସମ୍ପର୍କରେ ଜଣାଇବାକୁ ଯାଉଛୁ ଯେଉଁ ସଙ୍କେତ ମିଳିଲେ ଆପଣଙ୍କ ଉପରେ ଖୁବ୍‌ ଶୀଘ୍ର ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିବ ବୋଲି ନିଶ୍ଚୟ ଜାଣିପାରିବେ।

୧. ଯଦି ଆପଣ ରହୁଥିବା କିମ୍ବା ଚଳପ୍ରଚଳ କରୁଥିବା ସ୍ଥାନରେ ହଠାତ୍‌ ସବୁଜିମା ଭରିଯିବା ପରି ଦୃଶ୍ୟ ଦେଖାଯାଉଛି ତାହେଲେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିବା ପୂର୍ବର ସଂକେତ ବୋଲି ଭାବନ୍ତୁ।

୨. ଝାଡ଼ୁ ସହ ମା’ ଲକ୍ଷ୍ମୀଙ୍କର ଗଭୀର ସମ୍ପର୍କ ରହିଛି ବୋଲି ତାହା ସମସ୍ତଙ୍କୁ ଜଣା ଥାଏ। ତେବେ ଯଦି ଆପଣ ଘରୁ ବାହାରିବା ବେଳେ କେହି ଝାଡ଼ୁ ମାରୁଥିବାର ଦୃଶ୍ୟ ଦେଖୁଛନ୍ତି ତେବେ ଏକ ଶୁଭ ସଙ୍କେତ ବୋଲି ଜଣାନ୍ତୁ। ଏହା ଆପଣଙ୍କୁ ଖୁବଶୀଘ୍ର ଧନୀ ହେବାର ସଙ୍କେତ ଦେଇଥାଏ।

୩. ସକାଳୁ ସକାଳୁ ଶଙ୍ଖ ଧ୍ୱନି ଶୁଣାଯିବା ଆପଣଙ୍କ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନର ଏକ ସଙ୍କେତ ବୋଲି ଭାବି ନିଅନ୍ତୁ। ଯଦି ଆପଣଙ୍କ ସହ ଏପରି କିଛି ହେଉଛି, ତେବେ ଭାବି ନିଅନ୍ତୁ ଯେ, ଖୁବ୍‌ ଶୀଘ୍ର ଆପଣଙ୍କ ଭାଗ୍ୟ ମା ଲକ୍ଷ୍ମୀ ଖୋଲିବାକୁ ଯାଉଛନ୍ତି।

୪. ସକାଳୁ ଯଦି ଆଖୁ ଦେଖୁଛନ୍ତି ତେବେ ଏହା ଦେଖିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ଯଦି ଆପଣଙ୍କ ନଜର ସକାଳୁ ଆଖୁ ଉପରେ ପଡ଼ିଯାଏ, ତେବେ ଏହା ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହେବାର ଏକ ସଙ୍କେତ ଦେଇଥାଏ।

୫. ମା’ ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା। ଆଉ ଏହା ଏତେ ସହଜରେ କାହାରିକୁ ଦେଖାଯାଏ ନାହିଁ। ପେଚାମାନେ ସାଧାରଣତଃ ରାତିର ଅନ୍ଧାରରେ ବାହାରି ଥା’ନ୍ତି। ତେଣୁ ଯଦି କୌଣସି କାରଣ ବଶତଃ ଆପଣଙ୍କୁ ପେଚା ଦେଖା ହେଉଛି, ତେବେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି ଓ ଆପଣଙ୍କ ଉପରେ ଖୁବ୍‌ ଶୀଘ୍ର କୃପା କରିବେ ବୋଲି ଜାଣିନିଅନ୍ତୁ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Close
Close