ଅପରାଧଦେଶ ବିଦେଶ

ହିମାଚଳପ୍ରଦେଶ ପାଲଟିଛି ସେକ୍ସ ରାକେଟଙ୍କ ଆଡ୍ଡା!

ସିମଲା,୧/୮: ଶାନ୍ତିପୂର୍ଣ୍ଣ ରାଜ୍ୟ ହିମାଚଳପ୍ରଦେଶରେ ମଧ୍ୟ ସେକ୍ସ ରାକେଟଙ୍କ ଧନ୍ଦା ଚାଲିଛି। ଏଥିରେ ଯୁବକଙ୍କ ଡିମାଣ୍ଡ ପୂରା କରିବା ପାଇଁ ଅନ୍ୟ ରାଜ୍ୟରୁ ଯୁବତୀଙ୍କୁ ଅଣାଯାଇ ଏହି ଧନ୍ଦାରେ ନିୟୋଜିତ କରାଯାଉଛି। ଆସାମରୁ ଚାଲାଣ ହୋଇ ଊନା ପହଞ୍ଚି ଏହି ଧନ୍ଦାରେ ନିୟୋଜିତ ହୋଇଥିବା ଜଣେ ଯୁବତୀ ଏହାର ଖୁଲାସା କରିଛନ୍ତି। ଯୁବତୀ କୌଣସିମତେ ଏହି ଲୋକଙ୍କ କବଳରୁ ଖସିଯାଇ ପୋଲିସ ନିକଟରେ ପହଞ୍ଚି ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ପ୍ରକାଶ କରିଥିଲେ। ଏହାପରେ ପୋଲିସ ଏହି ମାମଲାରେ ସମ୍ପୃକ୍ତ ୩ ମହିଳା ଏବଂ ୫ ଯୁବକଙ୍କୁ ଗିରଫ କରିଛି। ଯୁବତୀଙ୍କ କହିବାନୁସାରେ ତାଙ୍କୁ ଆସାମରୁ କାମ କରିବାକୁ ଦିଲ୍ଲୀ ଅଣାଯାଇଥିଲା ଏବଂ ପରେ ଲୁଧିଆନାରେ ବିକି ଦିଆଯାଇଥିଲା। ଲୁଧିଆନାରେ ତାଙ୍କ ଦ୍ବାରା ଖରାପ କାମ କରାଯାଇ ପରେ ଜଲନ୍ଧର ପଠାଯାଇଥିଲା। ଜଲନ୍ଧରରୁ ପୀଡ଼ିତାଙ୍କୁ ଊନା ଜିଲ୍ଲାର ଅଭିଯୁକ୍ତ ଦମ୍ପତି ନିଜ ସହ ନେଇଆସି ସେକ୍ସ ରାକେଟ ଧନ୍ଦାରେ ନିୟୋଜିତ କରିଥିଲେ। ଉକ୍ତ ଦମ୍ପତିଙ୍କ ନାଁ’ରେ ପୂର୍ବରୁ ମଧ୍ୟ ବେଶ୍ୟାବୃତ୍ତି ମାମଲା ରୁଜୁ ରହିଛି। ଯୁବତି ସେଠାରୁ ପଳାଇଯିବା କଥା କହିଲେ ଦମ୍ପତି ତାଙ୍କୁ ନିର୍ଯାତନା ଦେଉଥିଲେ। ନିର୍ଯାତନା ସହି ନପାରି ଦିନେ ଯୁବତୀ ସେଠାରୁ ଖସି ଆସିବାକୁ ସକ୍ଷମ ହୋଇଥିଲେ। ପୋଲିସ ନିକଟରେ ପହଞ୍ଚି ନିଜର ଦୁଃଖକଥା କହିଥିଲେ। ଏହାପରେ ପୋଲିସ ସେହି ଦମ୍ପତିଙ୍କୁ ଗିରଫ କରିଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close