ସାହିତ୍ୟ

ସେଦିନର ବର୍ଷାରାଣୀ

ଭିଜା ଦେହ ଭିଜାବସ୍ତ୍ର
ଭିଜା ଭିଜା ବାଳ ତୁମ ମୁକୁଳା
ଦେଖିଲେ ମନେ ହେଉଛି
ସତେ ଯେପରି ତୁମ ଶରୀରରେ
ମେଞ୍ଚାଏ କଞ୍ଚା ହଳଦୀ ହୋଇଛି ବୋଳା।
ଶ୍ରାବଣର ଏ ଅଭିଶାନ୍ତ ବର୍ଷା
ବେଳ ଅବେଳରେ ଅବତରଣ
କରିଥାଏ ଏ ଧରାପୃଷ୍ଠରେ
ତୁମେ ମନଇଛା ଭିଜିଥିଲ
ସେ ବର୍ଷାପାଣିରେ, ବହୁ ଆନନ୍ଦରେ।
ପାଗଳପରି ଧାଇଁ ଯାଅ
ପ୍ରିୟତମ ପାଖକୁ
ନେଇ ବାରତା ବର୍ଷାରାଣୀର
ଆମନ୍ତ୍ରିତ କରି ଡାକିଆଣ ପାଖକୁ
ଦୁହେଁ ମିଶି ବର୍ଷାର ମଜା ଲୁଟିବାକୁ।
ଚୋରା ପିରତିର ଅଭୁଲା ସ୍ମୃତି
ମୁକୁଳା ବାଳରୁ ଝରି ପଡୁଥିବା
ଟୋପା ଟୋପା ସତେଜ ବର୍ଷାଜଳ
ଅଜାଣତରେ ଝରି ପଡୁଥିଲା
ତୁମ ନିତମ୍ବ ଉପରେ
ତାର ହାଲୁକା ଶୀତଳ ସ୍ପର୍ଶ
ଆଣି ଦେଉଥିଲା ମନରେ କେତେ ଶିହରଣ
ମନ ଦେଖିଥିଲା ଅଜସ୍ର ସପନ।
ଝରକା ପାଖରେ ବସି ମନକୁ ମନ ହସି
ଭାବୁଥାଏ ତୁମ କଥା ତୁମେ ଠିକ୍ ମୋ ପରି
ଭାବୁଥାଅ ମୋ କଥା ବରଷାର ମାଦକଭରା ସ୍ପର୍ଶ
ଭରି ଦେଇଥିଲା ମନେ ଅଜସ୍ର ଶିହରଣ
ମନ ତୁମ କହୁଥିଲା
ଥରେ ପଖରେ ପାଆନ୍ତିକି
ସେ ମନମୋହନକୁ
ଆଙ୍କି ଦିଅନ୍ତି ସର୍ବାଙ୍ଗରେ
ପିରତିର ଏକ ମନଲୋଭା ଚିତ୍ର
ଯାହା କେବେ ନ ଲଭିବ
ରହିଥିବ ଚିରଦିନ।
ଏପରି ବର୍ଷା ପ୍ରତିବର୍ଷ ଆସୁଥାଉ
ସେ ବର୍ଷାପାଣି ମୋ ଅଶାନ୍ତ
ମନଟାକୁ ଶାନ୍ତ କରିଦେଉ
ଅବୁଝା ମନଟାକୁ ଟିକେ ବୁଝାଇ ଦେଉ
ସେ ଦିନର ବର୍ଷାର୍ ରାଣୀ କିନ୍ତୁ ମୋ
ଅମାନୀଆ ମନଟାକୁ ନେଇଥିଲା କିଣି ।

-କୁଞବିହାରୀ ପାଢୀ
ରାମଚନ୍ଦ୍ରପୁର ବଜାର, ଜଟଣୀ
ମୋବାଇଲ-୯୯୩୮୧୦୬୫୦୪

Show More

Related Articles

Leave a Reply

Your email address will not be published. Required fields are marked *

Close
Close