ଆଞ୍ଚଲିକଦେଶ ବିଦେଶ

ସ୍କୁଲ ପିଲାଙ୍କୁ ମିଳିବ ଜଳଖିଆ !

ନୂଆଦିଲ୍ଲୀ,୨୧/୯: ନୂଆଦିଲ୍ଲୀରେ ବିଜ୍ଞାନ ଭବନରେ ବସିଥିବା ଶିକ୍ଷା ନୀତି ବୈଠକ ଶେଷ ହୋଇଛି। ଏହି ବୈଠକ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ଅଧ୍ୟକ୍ଷତାରେ ବସିଥିଲା। ଏଥିସହ ରାଜ୍ୟ ଗଣଶିକ୍ଷା, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। ତେବେ ଏହି ବୈଠକ ପରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରର ନିଷ୍ପତ୍ତି ଅନୁଯାୟୀ ଜିଡ଼ିପିର ୬% ଶିକ୍ଷା ବାବଦରେ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ତେବେ ଶିକ୍ଷାର ବିକାଶ ପାଇଁ ରାଜ୍ୟଗୁଡ଼ିକୁ ଅଧିକ ପାଣ୍ଠି ମିଳିବ ଏବଂ ଦୁର୍ଗମ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରାଜ୍ୟର ପରାମର୍ଶ ନିଆଯିବ। ସେହିପରି ବୈଠକର ପ୍ରସ୍ତାବ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ପ୍ରାକ ଓ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ ପ୍ରସ୍ତାବ ରାଜ୍ୟ ଗ୍ରହଣ କରିବ। ଏଥିସହ ସ୍କୁଲ ପିଲାଙ୍କୁ ଜଳଖିଆ ଦେବା ପ୍ରସ୍ତାବକୁ ରାଜ୍ୟ ସ୍ୱାଗତ କରିଛି। ଏହି ଜଳଖିଆ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ଅନ୍ୟପଟେ ତୃତୀୟ, ପଞ୍ଚମ, ଅଷ୍ଟମ ଶ୍ରେଣୀରେ ବୋର୍ଡ଼ ପରୀକ୍ଷା ପ୍ରସ୍ତାବରେ ଅରାଜ ଅଛନ୍ତିି। ସ୍କ୍ରିନିଂ ଜରିଆରେ ଶିକ୍ଷକ ନିଯୁକ୍ତି ପ୍ରସ୍ତାବର ପୁନର୍ବିଚାର ଦାବି ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close