ଆଞ୍ଚଲିକ

ଯାଞ୍ଚହେଲା ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍

ଭୁବନେଶ୍ବର,୧୧/୯: ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ପାଇଁ ସ୍କ୍ବାଡ ଗଠନ କରାଯାଇ ଆଜିଠୁ ଯାଞ୍ଚ ଆରମ୍ଭ ହୋଇଛି। ସ୍କ୍ୱାଡମାନେ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ କରିଛନ୍ତି। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୩ଟି ଟିମ୍ ଗଠନ କରିଥିବାବେଳେ ଭୁବନେଶ୍ୱରର ଦୁଇଟି ସ୍କୁଲରେ ଯାଞ୍ଚ କରାଯାଇଛି। ତେବେ ଯେଉଁ ସ୍କୁଲ କର୍ତ୍ତୃପକ୍ଷ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମେ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଯାଞ୍ଚ କରାଯିବାକୁ ଧାର୍ଯ୍ୟ ହୋଇଛି। ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କୁଲରେ ଯାଞ୍ଚ କରାଯିବ। ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାରେ ଏହି ଯାଞ୍ଚ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହାକୁ ଲାଗୁ କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close