ଦେଶ ବିଦେଶ

ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ,୪/୧୨: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଭାବେ ଜାମିନ ମିଳିଛି। ପୂର୍ବରୁ ସିବିଆଇ ରୁଜୁ କରିଥିବା ମାମଲାରୁ ଚିଦାମ୍ବରମଙ୍କୁ ଜାମିନ ମିଳିଥିଲା। କିନ୍ତୁ ଏହା ପରେ ଇଡି ତାଙ୍କୁ ଗିରଫ କରିଥିଲା। ତେବେ ଗତ ଅକ୍ଟୋବର ୧୭ରୁ ସେ ଇଡି ହାଜତରେ ରହିଥିଲେ। ଏଥିସହ ଦୁଇଟି ଯାକ ମାମଲାରେ ଜାମିନ ମିଳିଯାଇଥିବାରୁ ଚିଦାମ୍ବରମ ଏବେ ଜେଲରୁ ମୁକୁଳିବାର ବାଟ ସଫା ହୋଇଯାଇଛି। ବୁଧବାର ସୁପ୍ରିମକୋର୍ଟ ଜାମିନ ଆବେଦନର ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଅନ୍ୟପଟେ ଜେଲରୁ ବାହାରେ ରହିବା ସମୟରେ ସେ କୌଣସି ସାକ୍ଷୀଙ୍କୁ ସାକ୍ଷାତ କରିବାକୁ ଉଦ୍ୟମ କରିବେ ନାହିଁ ଏବଂ ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close