ବିଜ୍ଞାନବେଶେଷ

ଆଉ ଦେଖାଯାଇ ନ ପାରେ ଶନିର ବଳୟ

ବଦଳୁଛି ପାଣିପାଗ । ବଦଳୁଛି ଭୌଗୋଳିକ ସ୍ଥିତି । ସବୁସହ ମଧ୍ୟ ବଦଳୁଛି ସୌରମଣ୍ଡଳର ଅବସ୍ଥିତି । ଯାହାକୁ ନେଇ ବୈଜ୍ଞାନିକମାନେ ଅନବରତ କରି ଚାଲିଛନ୍ତି ଗବେଷଣା ।
ସୌରମଣ୍ଡଳରେ ଶନିକୁ ବଳୟ ଗ୍ରହ କୁହାଯାଏ। ଶନିକୁ ଘେରି ବଳୟ ଥିବାରୁ ଏହା ଦେଖିବାକୁ ଖୁବ୍ ସୁନ୍ଦର। କିନ୍ତୁ ୧୦୦ ନିୟୁତ ବର୍ଷ ମଧ୍ୟରେ ଶନିର ବଳୟ ନଷ୍ଟ ହେବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଦୀର୍ଘ ୧୦ବର୍ଷ ହେଲା ବଳୟର ଅବକ୍ଷୟ ଘଟୁଥିବା ଭଏଜର ୧ ଏବଂ ୨ ସ୍ପେସ୍କ୍ରାଫ୍ଟର ପର‌୍ୟ୍ୟବେକ୍ଷଣରୁ ଜାଣିବାକୁ ମିଳିଛି। ନାସା ଗବେଷକଙ୍କ କହିବାନୁଯାୟୀ, ଶନିର ବଳୟ ୧୦୦ ନିୟୁତ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବିଲୀନ ହୋଇଯିବ। ଉକ୍ତ ବଳୟ ସାଧାରଣତଃ ବଡ ବଡ ବରଫ ଖଣ୍ଡରେ ଗଠିତ। ଉକ୍ତ ବରଫର ଆକୃତି ଦେଖିବାକୁ ଧୂଳିକଣାଠାରୁ ଆରମ୍ଭ କରି ପଥର ଖଣ୍ଡ ପର‌୍ୟ୍ୟନ୍ତ। ଶନି ଗ୍ରହର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ବଳୟ ଆକର୍ଷିତ ହୋଇ ରହିଛି। ଏହାଦ୍ୱାରା ଯେତେ ପରିମାଣର ବରଫକଣା ଆକର୍ଷିତ ହେଉଛି, ତାହା ଅଧଘଣ୍ଟା ମଧ୍ୟରେ ଅଲିମ୍ପିକ୍-ଆକୃତିର ଏକ ସୁଇମିଙ୍ଗ୍ ପୁଲ୍କୁ ପୂର୍ଣ୍ଣ କରିପାରିବ ବୋଲି ଉକ୍ତ ଅଧ୍ୟୟନର ପ୍ରମୁଖ ଲେଖକ ତଥା ମେରିଲ୍ୟାଣ୍ଡସ୍ଥିତ ନାସାର ଗଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର୍ର ଜେମ୍ସ ଓ ଡୋନୋଘୁ ପ୍ରକାଶ କରିଛନ୍ତି। ଶନିର ଆୟୁକାଳ ୪୦୦କୋଟି ବର୍ଷ ହୋଇଥିବା ବେଳେ ସେ ତୁଳନାରେ ଏହାର ବଳୟର ବୟସ ଖୁବ୍ କମ। ତେବେ ଶନି ଗ୍ରହ ବଳୟ ଥାଇ ଗଠିତ ହୋଇଛି କି ପରେ ଏଥିରେ ବଳୟ ସୃଷ୍ଟି ହୋଇଛି, ସେ ସମ୍ପର୍କରେ ବୈଜ୍ଞାନିକମାନେ ଠିକ୍ ସିଦ୍ଧାନ୍ତରେ ପହଞ୍ଚତ୍ପାରି ନାହାନ୍ତି। ବର୍ତ୍ତମାନର ନୂତନ ଗବେଷଣା ଅନୁଯାୟୀ, ଉକ୍ତ ବଳୟ ୧୦୦ନିୟୁତ ବର୍ଷରୁ ଆହୁରି ପୁରୁଣା ହେବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close