ଆଞ୍ଚଲିକ

୨୫ରେ ମୁକୁଳିବେ ମାନ୍ୟବର!

କଟକ,୨୩/୭: ମାନବ୍ୟରଙ୍କୁ ମିଳିଲା ଜାମିନ। କେନ୍ଦ୍ରାପଡ଼ା ବାବା ସାରଥୀ ଦେବ ଓରଫ୍ ସନ୍ତୋଷ ରାଉଳଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି। କୋର୍ଟ ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଆଶ୍ରମର ଜଣେ ଅନ୍ତେବାସୀଙ୍କୁ ଅସଦାଚରଣ ମାମଲାରେ ତାଙ୍କୁ କୋର୍ଟ ଜାମିନ ଦେଇଥିବାବେଳେ ଆସନ୍ତା ୨୫ ତାରିଖ ଗୁରୁବାର ସେ ଜେଲ୍‌ରୁ ମୁକୁଳିବେ ବୋଲି ଅନୁମାନ କରାଯାଉଛି। କିନ୍ତୁ ସେ ବାରିମୁଳ ଆଶ୍ରମକୁ ଯାଇପାରିବେନି ବୋଲି ଜଣାପଡ଼ିଛି। ତେବେ ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ସାରଥୀ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ ଏବଂ ନିମ୍ନ ଅଦାଲତ ଏ ସମ୍ପର୍କରେ ଅନ୍ୟାନ୍ୟ ସର୍ତ୍ତ ରଖିପାରିବେ। ଅନ୍ୟପକ୍ଷରେ ସାରଥୀଙ୍କ ନାଁ’ରେ ଥିବା ୩ ଟି ପୃଥକ୍‌ ମାମଲା ମଧ୍ୟରୁ ୨ଟିରେ ସେ ପୂର୍ବରୁ  ଜାମିନ ପାଇ ସାରିଥିବାରୁ ଏବେ ଜେଲ୍‌ରୁ ମୁକୁଳିବେ। ସୂଚନାଯୋଗ୍ୟ, ମହିଳାଙ୍କୁ ଅସଦାଚରଣ ଓ ଲୋକଙ୍କ ଭାବାବେଗ ସହ ଖେଳିବା ଏବଂ ଅର୍ଥନୈତିକ ଭଣ୍ଡାମି ଅଭିଯୋଗରେ  କେନ୍ଦ୍ରାପଡ଼ା ବାବାଙ୍କୁ ୨୦୧୫ ଅଗଷ୍ଟ ୮ରେ ପୋଲିସ ଗିରଫ କରିଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା। ଏଥିସହ ବାରିମୂଳ ଆଶ୍ରମର ଜଣେ ଅନ୍ତେବାସୀ ଏବଂ ତାଙ୍କ ଝିଅ ସନ୍ତୋଷ ରାଉଳଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close