ମନୋରଞ୍ଜନ

ବାହା ବେଦୀରେ ସଲମାନ-କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ଭାଇଜାନ୍ କୁଆଡେ ବେଦୀରେ ବସିବେ । ଖୁବ୍ଶୀଘ୍ର ଏମିତି ଦୃଶ୍ୟ ଦେଖିବାକୁ ଯାଉଛନ୍ତି ଦର୍ଶକେ । ଆମେ କହୁଛି ବଲିଉଡ ଷ୍ଟାର ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫଙ୍କ ବିବାହ ବିଷୟରେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଗଲାଣି । ସେଟ୍ ପ୍ରସ୍ତୁତ କ୍ୟାମେରା ପ୍ରସ୍ତୁତ ସମସ୍ତେ ପ୍ରସ୍ତୁତ । ଅପେକ୍ଷା କେବଳ ସମୟକୁ । ଏବେ ସଲମାନ ଓ କ୍ୟାଟ ସେମାନଙ୍କ ଅପକମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ ବିଜି ଅଛନ୍ତି । ଗତ ଜାନୁୟାରୀରେ ଫିଲ୍ମର ଟିଜର ମଧ୍ୟ ରିଲିଜ୍ ହୋଇଯାଇଛି । ହେଲେ ଏବେ ଏହାର ଶୁଟିଂ ଶେଷ ହୋଇନାହିଁ । ନିକଟରେ ଏହାର ଏକ ଗୀତ ଶୁଟିଂ ହେବାପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏଥିରେ ଏକ ୱେଡିଙ୍ଗ ସିକୁଏନ୍ସ ରହିଛି । ଯେଉଁଥିରେ ସଲମାନ ଓ କ୍ୟାଟ ନଜର ଆସିବେ । ତେଣୁ ଚର୍ଚ୍ଚା ଚାଲିଛି ରିୟଲ୍ ନ ହେଲା ନାହିଁ ରିଲ ଲାଇଫରେ କିନ୍ତୁ ବେଦୀରେ ବସିବେ ସଲମାନ୍ ଓ କ୍ୟାଟ୍ ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close