ଆଞ୍ଚଲିକ

ଶବକୁ ସାଲାଇନ୍!

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଝାରସୁଗୁଡ଼ା,୧୨/୯: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଷ ପିଇ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଶବକୁ ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଥାନା ଅନ୍ତର୍ଗତ ଜଲିବାହଲ ଗାଁ’ର କ୍ଷେତ୍ର କିଷାନ ନାମକ ଯୁବକ ବିଷ ପିଇଦେଇଥିଲେ। ଏହା ଜାଣିବା ପରେ ପରିବାର ଲୋକେ କ୍ଷେତ୍ରକୁ ନିକଟସ୍ଥ ମୁଦ୍ରାଜୋର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଠିକ୍ ଚିକିତ୍ସା ନହେବାରୁ ପରିବାର ଲୋକେ ଲୋକେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଠିକ୍ ସମୟରେ ଡାକ୍ତର ନଆସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କ୍ଷେତ୍ରଙ୍କ ମୃତ୍ୟୁହେବା ପରେ ନର୍ସ ଶବ ଦେହରେ ସାଲାଇନ ଲଗାଇବାରୁ କିଛି ସମୟ ପାଇଁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାର ତଦନ୍ତ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close