ଆଞ୍ଚଲିକ

ରନ୍‌ ଫର୍‌ ଆୟୁର୍ବେଦ

ଭୁବନେଶ୍ୱର,୨୬/୧୦: ଧନ୍ବନ୍ତରୀ ଜୟନ୍ତୀ ଅବସରରେ ଶୁକ୍ରବାର ସେଣ୍ଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ହେପାଟୋବିଲିଆରୀ ଡିସଅର୍ଡରସ୍‌ ପକ୍ଷରୁ ଏକ ମାରାଥନ ରେସ୍‌ର ଆୟୋଜନ କରାଯାଇଥିଲା। ଚତୁର୍ଥ ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଆୟୋଜିତ ଏହି ମାରାଥନ୍‌ ‘ରନ୍‌ ଫର୍‌ ଆୟୁର୍ବେଦ’ର ମୁଖ୍ୟ ଉଦ୍ଦେଶ୍ୟ ନିଜକୁ କିପରି ଫିଟ୍‌ ରଖିପାରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ପୋଲିସ ଡିଜି ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ପ୍ରତିଷ୍ଠାନ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ। ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡା.ଏମ୍‌.ଏମ୍‌ ରାଓ ‘ରନ୍‌ ଫର୍‌ ଆୟୁର୍ବେଦ’ର ମହତ୍ୱ ବିଷୟରେ ବୁଝାଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close