ଆଞ୍ଚଲିକ

ଆରଟିଓ ଅଫିସରେ ବୁଲୁଥିବା ଦଲାଲଙ୍କ ଉପରେ ରହିବ କଡା ନଜର!

ଭୁବନେଶ୍ୱର,୧୦/୯: ପରିବହନ ବିଭାଗ ଗୁରୁତ୍ୱପୂର୍ଣ ନିଷ୍ପତି। ଭିଡିଓ କନ୍ଫରେନ୍ସି ଦ୍ୱାରା ସମସ୍ତ ଆରଟିଓଙ୍କ ସହ ଆଲୋଚନା ପରେ ନିଆଯାଇଛି ଗୁରୁତ୍ୱପୂର୍ଣ ନିଷ୍ପତି। ଏଥିସହ ମଦୁଆ ଡ୍ରାଇଭରଙ୍କ ପାଇଁ ହେବନି କୋହଳ। ପୂର୍ବପରି ମଦୁଆ ଡ୍ରାଇଭରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କାଗଜପତ୍ର ଯାଞ୍ଚରେ କୋହଳ ନୀତି ହୋଇଛି। ଏଥିସହ ହେଲମେଟ ପିନ୍ଧି ନଥିଲେ କି ସିଟ ବେଲ୍ଟ ପିନ୍ଧିନଥିଲେ ଛାଡ଼ ନାହିଁ। ଡ୍ରାଇଭିଂ ଲାଇସେନ୍ସ ଓ ପଲୁଶନ ପାଇଁ ଅଧିକ ସେଣ୍ଟର ଖୋଲାଯିବ। ଏହି କାମରେ ଅଧିକ ଲୋକ ନିୟୋଜିତ କରି ସମସ୍ତଙ୍କୁ ଡ୍ରାଇଭିଂ ଲାଇସେନ୍ସ ଯୋଗାଇବା ପାଇଁ କାର୍ଯ୍ୟକରି ହେବ। ଏଥିସହ ଆରଟିଓ ଅଫିସରେ ବୁଲୁଥିବା ଦଲାଲଙ୍କ ଉପରେ ପରିବହନ ବିଭାଗର ରହିବ କଡା ନଜର। କୌଣସି ଲୋକ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଅର୍ଥ କିଭଳି ଲୋକମାନେ ନଦେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ସମସ୍ତ ଆରଟିଓଙ୍କୁ ପରିବହନ ବିଭାଗର ନିର୍ଦେଶ। ପାଲୁଶନ ସେଣ୍ଟରଗୁଡିକରେ ରେଟ ଚାର୍ଟ ଲଗାଇବା ପାଇଁ ସମସ୍ତଙ୍କୁ କୁହାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close