ଆଞ୍ଚଲିକ

ଏଣିକି ଛୁଟିଦିନରେ ଖୋଲା ରହିବ ସରକାରୀ ଅଫିସ: କରିପାରିବେ ଗାଡିର କାଗଜପତ୍ର

ଭୁବନେଶ୍ୱର,୧୦/୯: ଏଣିକି ଛୁଟିଦିନରେ ମଧ୍ୟ କରିପାରିବେ କାଗଜପତ୍ର। ରାଜ୍ୟରେ ଥିବା ସମସ୍ତ ଆରଟିଓ ଏଣିକି ଛୁଟିଦିନରେ ଖୋଲା ରହିବ । ଗତ କିଛି ଦିନ ତଳେ ନୂଆ ମୋଟର ଯାନ ସଂଶୋଧନ ଆଇନ ଲାଗୁ ହୋଇଥିଲା। ଏହି ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇଛି। ତେବେ ୩ ମାସ ମଧ୍ୟରେ ସମସ୍ତ କାଗଜପତ୍ର ସୁଧାରିବାକୁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ୩ମାସର କୋହଳ ଅବଧି ଭିତରେ ବିଭିନ୍ନ ସ୍ଥାନରେ କାଉଣ୍ଟର ଖୋଲିବ। ସେଥିପାଇଁ ଛୁଟିଦିନରେ ପରିବହନ କାର୍ଯ୍ୟାଳୟ ଓ ଅତିରିକ୍ତ କାଉଣ୍ଟର ଖୋଲା ରହିବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close