ଆଞ୍ଚଲିକରାଜନିତୀ

ରୀତା ସାହୁ ବିଜେଡିର ବିଜେପୁର ପ୍ରାର୍ଥୀ

ଭୁବନେଶ୍ୱର,୨୮/୯: ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେଡି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ ବିଜେପୁରକୁ ଫୋକସ୍‌ ଏରିଆ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁବଳ ସାହୁଙ୍କ ପରଲୋକ ପରେ ପତ୍ନୀ ରୀତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍ ଦିଆଯାଇଥିଲା। ସେ ଉପନିର୍ବାଚନ ଜିତି ସ୍ୱଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଏବଂ ହିଞ୍ଜିଳିରୁ ନିଜେ ମୁଖ୍ୟମନ୍ତ୍ରୀ ଲଢ଼ି ବିଜୟୀ ହୋଇଥିଲେ। ପରେ ହିଞ୍ଜିଳି ଆସନକୁ ରଖି ବିଜେପୁରରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close