ରୋଷେଇ

ପ୍ରସ୍ତୁତ କରନ୍ତୁ ସୁଇଟି କର୍ନ ତରକାରୀ

ଆବଶ୍ୟକୀୟ ସାମଗ୍ରୀ: ମକା, ପିଆଜ, ଟମାଟୋ, ଅଦା ରସୁଣ ପେଷ୍ଟ, କାଜୁ ପେଷ୍ଟ, ଲଙ୍କା ଗୁଣ୍ଡ, ଗରମ ମସଲା, ଚାମଚ ହଳଦୀ ଗୁଣ୍ଡ, ଜିରା ପାଉଡର, ଲୁଣ, ତେଲ ଏବଂ ଧନିଆପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମକାକୁ ସିଝାଇ ଦିଅନ୍ତୁ। ଏବେ ଗ୍ୟାସ୍‌ରେ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ସେଥିରେ ଏକ ଚାମଚ ଜିରା ପକାନ୍ତୁ। ପରେ ପିଆଜ, ଅଦା-ରସୁଣ ପେଷ୍ଟ ପକାଇ ଅଳ୍ପ ଆଞ୍ଚରେ କଷନ୍ତୁ। ଏହା କଷି ହୋଇଗଲା ପରେ ଏଥିରେ ଟମାଟୋ, ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଏବଂ ଲୁଣ ପକାଇ କଷନ୍ତୁ। ଏହା ଭଲଭାବେ କଷି ହୋଇଗଲା ପରେ ସେଥିରେ କାଜୁ ପେଷ୍ଟ ପକାଇ ୫ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏବେ ସିଝା ହୋଇଥିବା ମକାକୁ ପକାଇ ଦିଅନ୍ତୁ। ୨ ମିନିଟ ପରେ ଅଧ କପ୍‌ ପାଣି ଦେଇ ୧୦ ମିନିଟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ବସାନ୍ତୁ। ୧୦ ମିନିଟ ପରେ ସେଥିରେ ଧନିଆପତ୍ର ପକାଇ ଓହ୍ଲାଇ ଦିଅନ୍ତୁ। ଏହାକୁ ଆପଣ ରୁଟି କିମ୍ବା ପରଟା ସହିତ ଖାଇପାରିବେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close