ରୋଷେଇ

ଘରେ ପ୍ରସ୍ତୁତ କରନ୍ତୁ ପୋଈ ଚିଙ୍ଗୁଡ଼ି

ଆବଶ୍ୟକୀୟ ସାମଗ୍ରୀ: ମଧ୍ୟମ ଆକାରର ଚିଙ୍ଗୁଡ଼ି, ପୋଈ ଶାଗ, ରିଫାଇନ ତେଲ, ପିଆଜ, ରସୁଣ, ସୋରିଷ, ଜିରା, ଶୁଖିଲା ଲଙ୍କା, ଟମାଟୋ, ଲୁଣ, ହଳଦି, ଲଙ୍କା ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ: ଚିଙ୍ଗୁଡ଼ିକୁ ଭଲକରି ସଫା କରି ଦିଅନ୍ତୁ। ପ୍ରଥମେ କଡେଇକୁ ଗରମ କରି ସେଥିରେ ୪ ଚାମଚ ତେଲ ପକାଇ ଚିଙ୍ଗୁଡିକୁ ଭାଜନ୍ତୁ। ଭଲ କରି ଭାଜି ହୋଇଗଲା ପରେ ଚିଙ୍ଗୁଡିକୁ କାଢ଼ି ଅଲଗା ଏକ ପାତ୍ରରେ ରଖନ୍ତୁ। ପରେ ସୋରିଷ, ରସୁଣ, ଶୁଖିଲା ଲଙ୍କା ଓ ଜିରାକୁ ଭଲ ଭାବରେ ବାଟି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ସେଥିରେ ଫୁଟଣ ପକାନ୍ତୁ ଓ ସେଥିରେ କଟା ପିଆଜ ଓ ରସୁଣ ଦେଇ ହାଲକା ଭାବେ ଭାଜନ୍ତୁ। ଏବେ ଏହି ଭଜାରେ ସୋରିଷ ବଟା ଦିଅନ୍ତୁ ଓ ଭାଜନ୍ତୁ। ଏଥିରେ କଟା ଟମାଟୋ ଦେଇ ସ୍ଵାଦ ଅନୁସାରେ ଲୁଣ, ଅଳ୍ପ ହଳଦି, ଅଳ୍ପ ଲଙ୍କା ଗୁଣ୍ଡ ଦେଇ ଢ଼ାଙ୍କି ଦିଅନ୍ତୁ। ଏବେ ଢ଼ାଙ୍କୁଣୀ କାଢ଼ି ସେଥିରେ ଚିଙ୍ଗୁଡ଼ି ପକାଇ ଭଲକରି ମିଶାଇ ଦିଅନ୍ତୁ। ପରେ ଏଥିରେ ଗୋଟିଏ କପ ପାଣି ଦିଅନ୍ତୁ। ଏହା ଫୁଟି ଗଲା ପରେ ଏଥିରେ ପୋଈ ପତ୍ରକୁ ଚୁନା ଚୁନା କାଟି ପକେଇ ଦିଅନ୍ତୁ। ଦୁଇ ମିନିଟ୍ ପରେ ଚୂଲାରୁ ଓହ୍ଲାଇ ଆଣି ଗରମ ଗରମ ପରଶି ଦିଅନ୍ତୁ ପୋଈ ଚିଙ୍ଗୁଡ଼ି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close