ରୋଷେଇ

ଘରେ ପ୍ରସ୍ତୁତ କରନ୍ତୁ ମଟନ କୋରମା

ଆବଶ୍ୟକୀୟ ସାମଗ୍ରୀ: ମାଂସ, ପିଆଜ, ଲବଙ୍ଗ, ଅଳେଇଚ, ଜିରା, ଡାଲଚିନି, ଜାଇଫଳ, ଧନିଆ ଗୁଣ୍ଡ, ଲୁଣ, ତେଲ, ତେଜପତ୍ର, ଅଦା ବଟା, ରସୁଣ ବଟା, ଲଙ୍କାଗୁଣ୍ଡ, ହଳଦି, ନଡ଼ିଆ ବଟା, ପୋସ୍ତ ବଟା, କଟା ଧନିଆ ପତ୍ର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ କାଟି ରଖନ୍ତୁ। ପରେ ପିଆଜ କାଟି ରଖନ୍ତୁ। କରେଇ ଗରମ କରି ସେଥିରେ ଲବଙ୍ଗ, ଅଳେଇଚ, ଜିରା, ଡାଲଚିନି ଓ ଜାଇଫଳକୁ ଭାଜି ଗୁଣ୍ଡ କରି ରଖନ୍ତୁ। ଏହାପରେ କରେଇରେ ତେଲ ଗରମ କରି ତେଜପତ୍ର, ପିଆଜ ଓ ଗୁଣ୍ଡ ମସଲା ପକାଇ ପିଆଜକୁ ଲାଲ୍ କରି ଭାଜନ୍ତୁ। ଅଦା ରସୁଣ ବଟା ପକାଇ ୬ ମିନିଟ୍ ଯାଏଁ ଭାଜନ୍ତୁ। ତା’ପରେ ଲଙ୍କାଗୁଣ୍ଡ, ହଳଦି ଓ ମାଂସ ମିଶାନ୍ତୁ। ଭଲକରି ଗୋଳାଇ ପାଣି ଦେଇ ଘୋଡ଼ାନ୍ତୁ। କମ୍ ଆଞ୍ଚରେ ସିଝିଗଲେ ନଡ଼ିଆ ବଟା, ପୋସ୍ତ ବଟା, ଧନିଆ ଗୁଣ୍ଡ ଓ ଲୁଣ ପକାଇ ୧୫ ରୁ ୨୦ ମିନିଟ୍ କମ୍ ଆଞ୍ଚରେ ବସାଇ ରାନ୍ଧନ୍ତୁ। ଶେଷରେ ଏକ ପାତ୍ରକୁ କାଢ଼ି ଧନିଆ ପତ୍ରରେ ସଜାଇ ପରଷି ଦିଅନ୍ତୁ ମଟନ କୋରମା।

Tags
Show More

Related Articles

Leave a Reply

Your email address will not be published. Required fields are marked *

Close
Close