ରୋଷେଇ

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ମଲାଇ ବର୍ଫି

ଆବଶ୍ୟକୀୟ ସାମଗ୍ରୀ: ଖୁଆ, ଘିଅ, କ୍ଷୀର, ଫିଟିକିରି ପାଉଡର, ପିସ୍ତା, ଚିନି ଏବଂ କଟାବାଦାମ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନରେ କ୍ଷୀର ଏବଂ ଖୁଆ ପକାଇ କମ ଆଞ୍ଚ କରି ପାଞ୍ଚ ମିନିଟ ପର୍ଯ୍ୟନ୍ତ ବସାଇ ଦିଅନ୍ତୁ। କିଛି ସମୟ ବ୍ୟବଧାନରେ ଏହାକୁ ଗୋଳାଉଥାନ୍ତୁ। ଏବେ ଏଥିରେ ଫିଟିକିରି ପାଉଡର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ପରେ ଚିନି ମିଶାଇ କିଛି ଯାଏଁ ଗୋଳାନ୍ତୁ। ଏକ ଆଲୁମିନିୟମ ପାତ୍ର ଆଣି ଏହାର ଚାରିପଟେ ଭଲ ଭାବରେ ଘିଅ ଲଗାଇ ଦିଅନ୍ତୁ। ପରେ ସେଥିରେ କଟା ବାଦାମ ଓ ପିସ୍ତା ପକାଇ ଉପରେ ସେହି ମିଶ୍ରଣକୁ ଢାଳି ସେଟ ହେବା ପାଇଁ ପୁରା ଦିନ ଛାଡ଼ିଦିଅନ୍ତୁ। ଏହା ଭଲଭାବେ ସେଟ ହୋଇଗଲା ପରେ ଏହାକୁ ଛୋଟ ଛୋଟ ପିସ କରି କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଲାଇ ବର୍ଫି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close