ରୋଷେଇ

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ପଣସ କବାବ୍

ଆବଶ୍ୟକୀୟ ସାମଗ୍ରୀ: ପଣସ, ପିଆଜ, ଟମାଟୋ, ବେସନ, ଲେମ୍ବୁରସ, ଧନିଆ ପାଉଡ଼ର, ଅଦା ଓ ରସୁଣ ପେଷ୍ଟ, ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପଣସକୁ ଛୋଟ ଛୋଟ କରି କାଟି ସିଝାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଜିରା, କଞ୍ଚା ଲଙ୍କା ଏବଂ ପିଆଜ ପକାଇ ହଲକା ଫ୍ରାଏ କରନ୍ତୁ। ଏବେ ଟମାଟୋ ଏବଂ ଲୁଣ ପକାନ୍ତୁ। ପରେ ଅଦା ଓ ରସୁଣ ପେଷ୍ଟ ପକାଇ କମ୍ ଆଞ୍ଚରେ ଭାଜନ୍ତୁ। ମସଲା ଭଲ ଭାବେ ପ୍ରସ୍ତୁତ ହୋଇଯିବ, ସେତେବେଳେ ସେଥିରେ ବେସନ ମିଶାନ୍ତୁ। କିଛି ସମୟ ପଯ୍ୟର୍ନ୍ତ ଏହାକୁ କମ୍ ଆଞ୍ଚରେ ବସିବାକୁ ଦିଅନ୍ତୁ। ଏବେ ସିଝା ପଣସ ଓ ଲେମ୍ବୁରସ ପକାଇ କଷନ୍ତୁ। ଏବେ ଏହାକୁ ଛୋଟ ଛୋଟ ଗୋଲ କରି ତେଲରେ ଛାଣି ଡିପ୍ ଫ୍ରାଏ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପଣସ କବାବ୍।

Show More

Related Articles

Leave a Reply

Your email address will not be published. Required fields are marked *

Close
Close