ରୋଷେଇ

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଚିକେନ୍ ପିଠା

ଖୁବକମ ସମୟରେ ଏହାକୁ ପ୍ରସ୍ତୁତ କରନ୍ତୁ

ଆବଶ୍ୟକୀୟ ସମାଗ୍ରୀ: ଚିକେନ୍, ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ପିଆଜ ବଟା, ହଳଦୀ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ଛୋଟ ଛୋଟ କରି କାଟନ୍ତୁ। ପରେ ସେଥିରେ ଅଳ୍ପ ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପିଆଜ ବଟା, ହଳଦୀ ପକାଇ ଭଲ ଭାବେ ଗୋଳାଇ କିଛି ସମୟ ରଖିଦିଅନ୍ତୁ। ଏହାପରେ ଚୁଲିରେ ଏକ ତାୱା ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ଗୋଳାହୋଇ ରହିଥିବା ଚିକେନକୁ ସେଥିରେ ପିଠା ଭଳି ଦିଅନ୍ତୁ। ପରେ ଭଲ କରି ଭାଜିଦିଅନ୍ତୁ। ଏହା ଭାଜି ହେବା ପରେ ଚୁଲିରୁ ତଳକୁ ଆଣନ୍ତୁ। ଏବେ ଏହାକୁ ନିଜେ ଖାଇବା ସହ ଘର ଲୋକଙ୍କୁ ମଧ୍ୟ ଖୁଆନ୍ତୁ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close