ରୋଷେଇ

ପ୍ରସ୍ତୁତ କରନ୍ତୁ ‘କୋବି ମଞ୍ଚୁରିୟନ୍’

ଆବଶ୍ୟକୀୟ ସାମଗ୍ରୀ: ତେଲ, କୋବି, ପିଆଜ, ଶିମଲା ଲଙ୍କା, ମଇଦା, କର୍ଣ୍ଣଫ୍ଲୋର୍, ସିରକା, କଞ୍ଚା ଲଙ୍କା, ଟମୋଟୋ କେଚ୍ଅପ୍, ଚିଲ୍ଲୀ ସସ୍, ସୋୟା ସସ୍, ଗୋଲମରିଚ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ଗୋଟିଏ ବଡ଼ ଜାଗାରେ କର୍ଣ୍ଣଫ୍ଲୋର୍, ମଇଦା, ଲୁଣ ଏବଂ ଗୋଲମରିଚ ପକାଇ ଘୋଳ ତିଆରି କରନ୍ତୁ। କଟା କୋବିକୁ ସେଥିରେ ପକାଇ ହାତରେ ମିଶାଇ ଦିଅନ୍ତୁ। ଘୋଳରେ ପୂରାପୂରି ମିଶିଯାଇଥିବା କୋବିକୁ ଧିମା ଆଞ୍ଚରେ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏକ ପ୍ୟାନରେ ଅଳ୍ପ ତେଲ ନେଇ ପିଆଜ, କଞ୍ଚା ଲଙ୍କା ଏବଂ ଶିମଲା ଲଙ୍କା ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏହାପରେ ଟମାଟୋ କେଚ୍ଅପ୍, ଚିଲ୍ଲୀ ସସ୍, ସୋୟା ସସ୍, ସିରକା, ଲୁଣ, ଗୋଲମରିଚ ପକାଇ ଅଳ୍ପ ଆଞ୍ଚରେ ୧ ମିନିଟ୍ ଯାଏ ଏପଟ ସେପଟ କରନ୍ତୁ। ଭଲ ଭାବେ ପ୍ରସ୍ତୁତ ହୋଇଗଲା ପରେ ଭଜା କୋବିକୁ ଉକ୍ତ ମିଶ୍ରଣରେ ମିଶାଇ ଟିକିଏ କଷିଦିଅନ୍ତୁ। କଟା ଧନିଆ ପତ୍ର ଉପରେ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘କୋବି ମଞ୍ଚୁରିୟନ’।

Show More

Related Articles

Leave a Reply

Your email address will not be published. Required fields are marked *

Close
Close