ଜୀବନଚର୍ଯ୍ୟା

ବର୍ଷାଦିନେ କାହିଁକି ଗୁପଚୁପ ମନା

ଗୁପଚୁପ ହେଉଛି ଏକ ଚଟପଟା ଖାଦ୍ୟ। ଏହାର ନାଁ ଶୁଣିଲେ ପାଟିରୁ ଆପଣାଛାଏଁ ଲାଳ ବାହାରିଥାଏ । ହେଲେ ବର୍ଷାଦିନେ ଏହି ଖାଦ୍ୟଠାରୁ ଦୂରେଇ ରହିବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି । କାରଣ ଗୁପଚୁପରେ ବ୍ୟବହାର ହେଉଥିବା ପାଣି ଶୀଘ୍ର ସଂକ୍ରମଣ କରାଇଥାଏ । ତା’ସହ ଏହି ପାଣି ବିଶୋଧିତ ନ ହୋଇ ଥିବାରୁ ଏହା ଖୁବଶୀଘ୍ର ଜଣ୍ଡିସ ଭଳି ସମସ୍ୟା ସୃଷ୍ଟି କରେ । ବିଶେଷ କରି ଆମ ଓଡ଼ିଶାରେ ଗୁପଚପ ଅଧିକାଂଶ ସମୟରେ ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିବା ଅନେକେ ଲକ୍ଷ୍ୟ କରିଥିବେ । କିନ୍ତୁ ଏହା ଯଦି ସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଓ ବିଶୁଦ୍ଧ ପାଣି ବ୍ୟବହାର ହେଉଛି ତେବେ ଏହାକୁ ଖାଇଲେ କିଛି ଅସୁବିଧା ନ ଥାଏ । ବରଂ ଏହାର ପାଣି ପେଟ ପାଇଁ ଉପକାରୀ ବୋଲି କୁହାଯାଏ । କାରଣ ସାଧାରଣତଃ ଏହାରପାଣି ପେଟପାଇଁ ଭଲ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଥାଆନ୍ତି। ଏହି ପାଣି ପୁଦିନା ପତ୍ର, ଧନିଆ ପତ୍ର, କଞ୍ଚାଲଙ୍କା, ଜିରା, ହେଙ୍ଗୁ, କଳାଲୁଣ ଓ ଲେମ୍ବୁରୁ ପ୍ରସ୍ତୁତ କରାଯାଉଥିବାରୁ ଏଥିରେ ଥିବା ଔଷଧୀୟ ଗୁଣ ପେଟପାଇଁଲାଭଦାୟକ।
–ପେଟ ଭାରି ଲାଗୁଥିଲେ ଅଳ୍ପ ଗୁପ୍ଚୁପ୍ ପାଣି ପିଇଲେ ଲାଭ ମିଳିଥାଏ। କାରଣ ଏହା ଖାଦ୍ୟ ହଜମକରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଗୁପଚୁପ ପାଣି ପିଇଲେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ।
ବେଳେବେଳେ ଏସିଡିଟି ସମସ୍ୟା ଆମକୁ ଅସ୍ତବ୍ୟସ୍ତ କରିପକାଏ। ହେଲେ ଏହି ସମୟରେ ଗୁପ୍ଚୁପ୍ ପାଣି ପିଇଲେ ଏହାଭଲ ହୋଇଥାଏ।
–ଖଟା ହାକୁଟି ହେଉଥିଲେ ପୁଦିନାରୁ ପ୍ରସ୍ତୁତ ଗୁପଚୁପ ପାଣି ପିଇଲେ ଲାଭ ମିଳିଥାଏ।
–ଖାଇବାର୧୦ରୁ ୧୫ ମିନିଟ୍ ପୂର୍ବରୁ ଗୁପଚୁପ ପାଣି ପିଇଲେ ଶରୀରର ଓଜନ କମ୍ ହୋଇଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close