ମନୋରଞ୍ଜନ

୮୩ ପାଇଁ ଡାଏଟ୍ କରୁଛନ୍ତି ରଣବୀର: ଲଣ୍ଡନରୁ ଆସିଛନ୍ତି ୪ସେଫ୍

ମୁମ୍ବାଇ,୧୮ ।୭: ୧୯୮୩ରେ ଭାରତୀୟ କ୍ରିକେଟ ଟିମ୍ ଇତିହାସ ରଚିଥିଲେ । କପିଲ ଦେବଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍ ବିଶ୍ୱ ବିଜୟୀ ହୋଇ ଭାରତ ପାଇଁ ଆଣିଥିଲେ ଗର୍ବ ଓ ଗୌରବ । ସେହି ସମୟର ମୁହୂର୍ତ୍ତକୁ ପୁଣି ଥରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରିଛି ବଲିଉଡ ଇଣ୍ଡଷ୍ଟ୍ରି । ଏଥିପାଇଁ ତିଆରି ହେଉଛି ଫିଲ୍ମ ୮୩ । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ରଣବୀର ସିଂ । ନିକଟରେ ଏହାର ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିଲା ବେଳେ ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏଥିରେ ରଣବୀର ଅବିକଳ କପିଳ ଦେବଙ୍କ ପରି ଲାଗୁଥିଲେ ବୋଲି ଆଲୋଚନା ହେଉଥିଲା । ଅବଶ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ରଣବୀର କମ୍ ମେହନତ୍ କରୁ ନାହାଁନ୍ତି । ଶୁଣିବାକୁ ମିଳିଛି ଏଥିପାଇଁ ରଣବୀର ସ୍ୱତନ୍ତ୍ର ଡାଏଟ୍ ନେଉଛନ୍ତି । ଏବେ ସେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଡାଏଟ୍ ନେଉଥିବା ବେଳେ ଅଣ୍ଡା ଓ ତେଲରେ ପ୍ରସ୍ତୁତ ମାଛ ଖାଉଛନ୍ତି । କେବଳ ସେତିକି ନୁହେଁ ତାଙ୍କୁ ଇଣ୍ଡିଆନ୍ ଫୁଡ୍ ବେଶି ପସନ୍ଦ ଥିବାରୁ ସେଥିରେ ପୁଣି ମିଠାକୁ ସାମିଲ କରାଯାଉଛି । ଆଭାକାଡୋ ଭଳି ଫଳକୁ ଜୁସ କରି ମଧ୍ୟ ପିଉଛନ୍ତି ରଣବୀର । ଏସବୁ କରିବାକୁ ବା ରଣବୀରଙ୍କ ଡାଏଟର ଧ୍ୟାନ ରଖିବାକୁ ଲଣ୍ଡନରୁ ୪ ଜଣ ସ୍ୱତନ୍ତ୍ର ସେଫ୍ ଆସିଥିବା କୁହାଯାଉଛି । ତେବେ ଏ ସବୁ ପଛରେ ଫିଲ୍ମ ଗାଟିଏ ଲକ୍ଷ୍ୟ ୮୩ର ସଫଳତା ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close